STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ 6

ଚଉପଦୀ 6

1 min
209

ଚଉପଦୀ

(6)

ଆଜ ମୁଁ ଦେଖିଲି ଲାଜବତୀକି ଗୋ .

ଚମ୍ପାଗୋରୀ ମନ୍ଦେ ହସି

କଂପାଇ ବଦନ ଶଶୀ

ଫମ୍ପାକରିଦେଲା ମୋ ଧୃତିକି ଗୋ (0)

ଛଟାଧୃତ - ଭୂ - କମାଣ

କଟାକ୍ଷ ତୀକ୍ଷଣବାଣ

ଓଟାରି ବିନ୍ଧିଲା ମୋର ଛାତିକି ଗୋ (1)

ଅନଙ୍ଗ ରଙ୍ଗ ପ୍ରବୀଣା

ଅନର୍ଘ ଜ୍ୟୋତିରେ ଛଣା

ଅନାଘାତ ଘାତେ ଘାରେ ମତିକି ଗୋ (2)

ବାଲୁକେଶ ନୃପ ଭାଷ

ଚାକୁରେ କୃପା କଲଶ

ଜାଳୁଚି ସେ ଯା ଚା ଗତି ମୁକତିକି ଗୋ (3)

କବିସୂର୍ଯ୍ୟ ବଳଦେବ ରଥ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics