STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ-55

ଚଉପଦୀ-55

1 min
358

ଚଉପଦୀ

(55)

ଚାହାଁ ରେ, ନିଧୂବନ କେଳି କୁଶଳାକୁ (ଘୋଷା)

କୋମଳପାଦ ସରୋରୁହ ଯାବକ ଚିତ୍ରଶଳାକାଧରାକୁ,

ତା ମଧୁରାଧର ଲାଲ- ଜବା- ମକରନ୍ଦ ଝୁରା ଭ୍ରମରାକୁ (1)

ନିର୍ଜିତଶଖୋଣଶୋଣ ସରୋଜକରେ କରୁ ଯା ସଜଡା ବିଡିଆକୁ

ହୀରକ- କୈରବ - କାଶ -ସୁଧାକର- ହାସ ବିଳାସିନି ତାକୁ (2)

ଚାରୁ ସୁନୀଳ ଚଳାଚଳ ଲୋଚନ କୋଣ ନିଦେଶଖକରାକୁ,

ଚାମର ବାତଭରେ ରତି କୌତୁକ ସମ୍ଭବ ଖେଦହରାକୁ (3)

ଶୈଳ ସହୋଦର ପୀନପୟୋଧର ଚନ୍ଦନ ଭୋଗ ଦିଆକୁ,

ମଞ୍ଜୁଳିମାଚଳ କକ୍ଷତଳେ ନଖକେଳିକଳା ହଟିଆକୁ (4)

ବାନ୍ଧବି ଯଦ୍ୟପି ମାନସରେ ଅଛି ଲେଶ କୃପା କରିବାକୁ,

ରାଜ କଦମ୍ବ କିରୀଟ ଜଳନ୍ତରନାଥ ମହୀମଘବାକୁ (5)

କବିସୂର୍ଯ୍ୟବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics