STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (47)

ଚଉପଦୀ (47)

1 min
300


ରାଗ କଲ୍ୟାଣ ଏକତାଳି

ଘନଜଘନା, ମନଅଛି ନକର ମନା ରେ (ପଦ)

ତୋର ଅଭିଳାଷ ଚାଲି ରେ ସୁରସବଲ୍ଲୀ,

କହୁଛି ନାତୁଣୀ ଚାରୁ ଚିଲି ରେ (1)

ତୁଛା କି ହୁଏ ଉଦିତ, ମୋ ପ୍ରାଣନିତ

ସରସ ସୁନ୍ଦର ଶିତ ସ୍ମିତିରେ (2)

କମ୍ପୁଛି ଉରୁ କଦଳୀ, ମୋ ଗଳାମାଳି

କପାଳି ସ୍ଥଳେ ପୁଲକ ପାଳିରେ (3)

ସଦୟ ଅପାଙ୍ଗ ଭଙ୍ଗି, ଶିରୀଷ ଅଙ୍ଗା,

ସନ୍ଦେହ ଦେଉଛି ଭାଙ୍ଗି ରେ (4)

ଆଚରିଲେ ତୁ ବିଳମ୍ବ, ଫୁଲକଳମ୍ବ

ଫିଙ୍ଗିବଟି ତା କଳମ୍ବ ଶମ୍ବରେ (5)

ବେଗେ ଅଙ୍ଗୀକାର କର,ରସିକାବର

କହେ ଅଷ୍ଟଦୁର୍ଗମହେଶ୍ୱର ରେ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics