STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ 4

ଚଉପଦୀ 4

1 min
403

ଚଉପଦୀ

(4)

ରାଗ ପିଲୁ ଏକତାଳି


ଅରୁଣାମ୍ବୁଜଚରଣା ତୁ ରସାରେ ଭରସା ରେ,

କରୁଣାନିଧି ଶରଣାଗତ ଠାରେ କି ରୁଷା ରେ ? (ପଦ)

ଅସିତକେଶି . ମୁଁ ତୋ ପରିବାର,                            

ରୁଷିକି ନକରି କିଛି ବିଚାର

ସୂଗୁଣ- ସରିତ - ପତି ତୋପରି ତ ନାହିଁ ଭରସା ରେ (1)


ନ ରହ ସୁଦନ୍ତି . ବଦନ ପୋତି,

କଳପ ଅଳପ ହସନ ମୋତି,

ମୃଦୁଳ ସରସ ରସ ହୃଦୟା ତୁ ହୋ ନା ପୁରୁଷା ରେ (2)


ନ ନେ ଉନ୍ମାଦନାଧୃତିକି ଛାଣି        

ଗରଳ ଗିଳିବିଟି ପିକ ବାଣି .

ତରଳି ହୃଦୟ କର- କିଶଳୟ ଗଣ୍ଡେ ନରସା ରେ(3)


ନକର ମୁକୁର ମୁଖିୀନିରାଶ,

ବିଷମ ବଡ କୁସୁମ ଶରାସ

ସହଜରେ ମିତ ବଚନ ଅମୃତ ଧାରା ବରଷା ରେ (4)


ଅତି ରତିପରି ଚିନ୍ତି ସୁଧୀର,           

ନୀତି ଗୁଣି ମୁରମଥନ ଗିର,

ଅଷ୍ଟଦୁର୍ଗ ପତି କହେ ସ୍ମିତବତୀ ହେଲେ ଭରସା ରେ (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics