STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (19)

ଚଉପଦୀ (19)

1 min
142

 

ରାଗ ସାବେରି

ଏହି ସ୍ନେହରେ ମୁଁ କିଣା,

ତୂଳିରେ କମଳ ପୁଅ ପଦ ହେବ ଉଣା (0)

ଲହୁଲୀ ବୟସୀ ରସି ହସି ବସି ପାଶେ

ଦନ୍ତବାସେ ଶାଛୀ ଶେଷ ଭୃଲତା ଉଲ୍ଲାସେ (1)

ତଳପ ପକାଇ ତଳେ ବସିଧାଇ ଜଗି

ନ ଖାଇ ନ ଖାଇ, ଦେଉ ପାନ ଖିଲ ଭାଙ୍ଗି(2)

ଭ୍ରମାଇ ମୋହର ନାମ ଡାକୁ ଶୁଆ ଶାରୀ,

ତୁଚ୍ଛା ପରିରମ୍ଭ ଦମ୍ଭହର ପରି କରି (3)

ପରଶଂସୁ ନିତିଗାତି ପୂର୍ଣ୍ଣିମାର ଏକା

ଖଞ୍ଜିଲେ ଗଳାରେ ହାର ହେଉ ତୁ ତାଟକା (4)

ଗଜପତି ରାମଚନ୍ଦ୍ର ଦେବ ଏ ବଦତି

ରତି ରତି ନୁହେ ସମ ହାତୀ ଗତି ରୀତି (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics