STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (171)

ଚଉପଦୀ (171)

1 min
222

ଚଉପଦୀ

(171)

ରାଗ - ପୂରବୀ - ଏକତାଳି

ସଂଯୋଗୁ ପଡେ ପ୍ରମାଦ, ରେ ସଙ୍ଗାତ

ରୋଗୀ, ଭୋଗୀ ,ଯୋଗୀ, ଚୋର, ଅନୁରାଗୀ

ପାଞ୍ଚକୁ ନମାଡେ ନିଦ ରେ (ଘୋଷା)

ଶୁଭ ଆଗମନେ ବରଷକେ ଦିନେ ନିମିଷ ପରାୟେ ନିଶା,

ଦଇବ ବିମୁଖ ଯୋଗୁ ତନୁ ଦୁଃଖ କରାଇଲା ଦୁଷ୍ଟ ଦଶା ରେ (1)

ସୁରତ ଉତ୍ସୁକେ ରତନ ପଲଙ୍କେ ଭୋଗେ ଯାଉଥାଏ ଦିନ,

ତହିଁକି କିଞ୍ଚିତ ହେଲେ ଉପସ୍ଥିତ ସଂସାର ବିଷୟମାନ ରେ (2)

ଯେଉଁ ମାନସରେ ଧିଆନବଶରେ ହେଉଥାଇ ବ୍ରହ୍ମଜ୍ଞାନ,

କରି ସଙ୍କଳପ ଅଡିଲେ ଅଳପ ବାନ୍ଧବୀର ଅଭିମାନ ରେ (3)

ଚଉପାଶେ ଚାହିଁ ଚଞ୍ଚଳତା ବହି ପଶେ ଇତର ତତ୍ତ୍ୱ ର,

ନିଶିଥର କାଳେ ପରନାରୀ କୋଳେ ଥିବାକାଳେ ତା ପତିର ରେ (4)

ନିଯୋଗ ଯୋଗାଇ ଗୁପତ ସୁରତ ବାଞ୍ଛାରୁ ସଙ୍କେତ ସ୍ଥାନ,

ଭଜନ୍ତେ ହରଷେ କବିସୂର୍ଯ୍ୟ ଭାଷେ ତହିଁରେ ସପତ୍ନୀ ଜନ ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics