Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (169)

ଚଉପଦୀ (169)

1 min
276


ଚଉପଦୀ

(169)

ରାଗ - କାମୋଦୀ - ଆଦିତାଳ

ଶିରୀଷ କୋମଳା ରେ, ପ୍ରୀତିବତ୍ସଳା ବାଳା (ଘୋଷା)

ନବ ଅବଳା ଲାଜେ          କେଳି ବାହୁଡା ବିଜେ -

କରନ୍ତେ ଆଳିମାଳା ମିଳି ପାଶେ,

ବେଶ ବିଷମ ରୀତି           ଦେଖି ଭଙ୍ଗୀ ଭାରତୀ -

କହନ୍ତି ପରସ୍ପରେ ପରିହାସେ (1)

କହ ରେ ଚନ୍ଦ୍ରମୁହୀଁ           ଯାଇ ଯେ ଦେଇନାହିଁ

ଆମ୍ଭେ ସଜାଡି ଦେବା ସଜ ବାଜ

ଏକିସ ମା କେଶରୀ          ଧରା ଶଶାଙ୍କସରି

ଶିରୀ ଆଣିଛୁ ଚୋରିକରି ଆଜ (2)

ଚିତ୍ର ଲାଗୁଛି ଦେଖି           ନାହିଁ ଯା ତୋର ସଖି

କାଲି ଚାଲି ଚପଳ ଲୀଳା ଲବେ ,

ଗତି ତୋ ଚକ୍ରଭଙ୍ଗ           ସକାଶରୁ ଅନଙ୍ଗ

ଜୟ ମଙ୍ଗଳ ରଥ ପରି ଏବେ (3)

ଦନ୍ତେ ଅଧରପୀଡି,           ନୀଳ କାଞ୍ଚଲା ଭିଡି

ଲୁଚାଉଥାଉ କୁଚ ପରା ସହି,

ସଞ୍ଚାଣ ଚଞ୍ଚୁ ଗଳି             ଚକ୍ରବାକ ଯୁଗଳି

ଲୁଳିଲା ପରି ଆଜି ରାଜେ କେହି (4)

ଆହା ନସହୁ ଆମ୍ଭ -         ଶିଥିଳପରିରମ୍ଭ

ଲେଶ ବଡ ହେଲେ ହେଲେ ହେଁ ଯେତେ

ମୀନକେତନ ଭଲା,          ଦିନକେ କି ନକଲା

ଛଇଳା ଶିରୋମଣି ସତେ ତୋତେ (5)

ଏପରି ପରିହାସେ            ଲାଜେ ରଦନବାସେ,

ହାସ ମିଶାଇ ବାସ ଦେବା ଭଙ୍ଗୀ,

ନାଶା ମଣିମୟୁଖେ         ଦିଶି ପୁର ଗବାକ୍ଷେ,

କବିସୂର୍ଯ୍ୟ ଧଇର୍ଯ୍ୟ ଦେଲା ଭାଙ୍ଗି (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics