STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (155)

ଚଉପଦୀ (155)

1 min
257

ଚଉପଦୀ

(155)

ରୁଷା ବରଜ ମୃଦୁ କୃଶାଙ୍ଗୀ ଶିଶୁମୃଗଦୃଶାଟି ବିଚକିଳ ହସାଟି ରେ .

ଭଷାଇ ନଦିଅ ସରସ ପ୍ରବର ଅଭରସା ଜଳେ

ମୋ ଶୁଭଦଶାଟି ରେ (ପଦ)

ପରାଭବରୁ ମୋତେ ଖରାବ ନ କର ରେ ତରାବର ମୁଖି ତୁ ମୋ

ଶୋଟୀ ରେ, ଧରା ମାଣିକ୍ୟ ଝରା ମଦନ କରେ ମରାଇ ହେବୁ

ଲୋକହସାଟି ରେ (1)

କ୍ଷମା ଜଳଧି ଭିଡି ଜମାଇ ଉରଜ ଉରମାଚଳ ରେ

ନିଅ ନିଶାଟି ରେ,ଗୁମାନକୁ ନୁହଇ ସମାନ ମୁଁ

ତୋହର ତମାଳ କିଶଳୟ କେଶାଟି ରେ (2)

ମନା ନକର ସୁନୟନା ସଦୟ ରସ ଅନାଉଣି କି

ବରଯୋଷାଟି ରେ, ଅନାଥ ପରି ଦୀନମନା

ହେଉଛି ଧନ ଅନାଇ ନତମୁଖ ବସାଟି ରେ (3)

ଅକାରଣେ ସଦ୍ୟୁତି, ଚକା ଲପନ ପୋତି,

ନ କାନ୍ଦ ବସୁମତୀଭୂଷାଟି ରେ, ଜକାଜକି ଚୁମ୍ବନ,

ସକାମେ ରଚି ଧନ, ପକାଅ ହରି ମୋର ତୃଷାଟି ରେ (4)

ରସାଅ ରସରେ ତ ରସା ହେଉଛି ମଧୁରସା ସଦୃଶ

ରସକଷାଟି ରେ,ରସା ତିଳକ ହରିଚନ୍ଦନ ଦେବ

ଗୋରୀ ତୋ ଚରଣ ଶରଣପଶାଟି ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics