ଚଉପଦୀ (139)
ଚଉପଦୀ (139)
ଚଉପଦୀ
(139)
ମୋହନା ! ଥରେ ଚାହିଁ ଯା… ରେ
ଚଞ୍ଚଳ ମନୋହର ଚଞ୍ଚଳ ନୟନେ (0)
‘ରସବତୀମଣି’ ପଣେ ଉଡେ ବାନା; ଦିବା-ଦୀପ ପରି କରନା (1)
ଦିଶୁଛି କଳାନିଧି ଶ୍ରୀମୁଖ ଶୋଭା, ଦେଖି ଧନ କୁସୁମ ଗଭା (2)
ମ୍ନେହ ଜର ଜର ଦରହାସ ଲୀଳାରେ ଶରମରେ ଧନ ମଜ୍ଜରେ (3)
‘ନବୀନ’ ବିଚାରି ଯେବେ ହୃଦୟ ଶଙ୍କେ,
ନ ବିହର ପଛେ ମୋ’ ଅଙ୍କେ (4)
‘ଛୋଟରାୟ’ ବୋଲେ ମୁଖ ଜୋତି ପଳାନା, ଘେନ
ପରିଜନ ମୁଁ ସିନା (5)
କବିସୂର୍ଯ୍ୟ ବଳଦେବ ରଥ
