STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (135)

ଚଉପଦୀ (135)

1 min
319

ଚଉପଦୀ

(135)

ରାଗ-କଳିଙ୍ଗଡା-ନିଃସରୀତଳ

ମୋ ଧନ ତ ରୁଷିଲା ପରି ଦିଶିଲା ରେ (ଘୋଷା)

କରମ ଅଚଳ ହେବାରୁ କେବଳ ରେ

ପୀୟୂଷ ରସରେ ବିଷ ମିଶିଲା ରେ (1)

କ୍ରମେ ମୋ ମାନସ ଛୁଇଁଥିଲେ ଦୋଷରେ

ପ୍ରଭୁ ତ ସେ; କାହିଁକି ନ କଷିଲା ରେ (2)

ଅନ୍ୟ ପ୍ରୀତି ବିନା ନ ଜାଣେ ନବୀନାରେ

ତା ମନେ ଗୁମାନକୁ କେ ପେଷିଲା ରେ (3)

ରସମୟ ବିନା ମୋ ସହୀଟି ସିନା ରେ

ତାକୁ ରୋଷ ନଜରେ କେ ତୋଷିଲା ରେ (4)

ମୁଁ ଯେବେଟି ଦୋଷୀ ମୋତେ ତ ନ ଭାଷିଲା ରେ

ନଖକୁନ୍ତେ ବସୁଧାକୁ ଭୁଷିଲା ରେ (5)

ଅଷ୍ଟଦୁର୍ଗପତି ଚିତ୍ତେ ଚିନ୍ତେ ନିତି ରେ

ବସି ଅନାଇବ କେହି ସୁଶୀଳା ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics