STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (132)

ଚଉପଦୀ (132)

1 min
272

ଚଉପଦୀ

(132)

ରାଗ-ତୋଡି ଜଙ୍ଗଲା-ଏକତାଳି

ମାନିନୀ ବର ମାନ ମନୁ ହର ରେ (ଘୋଷା)

ମୃଗମଦ ଲୀଳା ଭୃଙ୍ଗୀ        ମୋହିଛି ଅଧର ସଙ୍ଗୀ

ନାହିଁ ମୀନ ନେତ୍ରୀ ପୀନ ପୟୋଧରେ ହାର ରେ (1)

ଆରେ କାମ ରସସିନ୍ଧୁ         ହେବାକୁ ଭାବିଛି ବନ୍ଧୁ

ତୋ ଅଧର ବନ୍ଧୁଜୀବ ମଧୁକର ରେ (2)

ଶରଦ ଚନ୍ଦ୍ରମା ମୁଖୀ          ଆଲିଙ୍ଗନେ କର ସୁଖୀ

ଏ ସମୟେ ଅଭିନବ ରତ ମନୋହର ରେ (3)

କିମ୍ପା ରେ ରମଣୀବର,       ତୋ ନୟନ ଇନ୍ଦିବର

ସରଜୁଛି ଏବେ ନିରତରେ ନୀରଧାର ରେ (4)

ତୋ ବିହୁନେ ଆନେ ମନ      କରିପାରେଁ କିରେ ଧନ

ଅଷ୍ଟଦୁର୍ଗ ବସୁମତୀ ସ୍ୱର୍ଗ ପୁରନ୍ଦର ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics