STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (121)

ଚଉପଦୀ (121)

1 min
356

ଚଉପଦୀ

(121)

ରାଗ ଭୈରବୀ ଆଡତାଳି

ମଦନ ମୁକୁରନିଭ ବଦନ ଭଲାରେ (ଘୋଷା)

ମୋ ଧନର ହୀରାପରି,ପଦନ ଖର ମାଧୁରୀ

 ରଦନରେ କୁନ୍ଦଶୀରି ସଦନ କଲା ରେ (1)

ଭଜ କମନୀୟ ଗିରି, ସୂଚକ ପୀବର ଭାରି

କୁଚ କଳସରୁ ହାରି ରୁଚକ ଗଲା ରେ (2)

ଖ ଲୋକର ଆଉ କାହିଁ ପଲକ ପଡିଲା ନାହିଁ

ଭଲକରିଦେଲେ ଚାହିଁ ଝଲକ ଝୁଲାରେ (3)

ହସାର ସାକ୍ଷୀ ପୀୟୁଷ, ଆଶାର ସାର ସଦୃଶ

ଭାଷାରସାରମ୍ଭେ ହସ ନାସିକା ଫୁଲାରେ (4)

ଅଷ୍ଟଦୁର୍ଗ ନାଥ ଭାଷେ, ଇଷ୍ଟଦେବଙ୍କ ସନ୍ତୋଷେ

ଦୁଷ୍ଟତର ମୋହର ସେ କଷ୍ଟ ସରିଲା ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics