STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (12)

ଚଉପଦୀ (12)

1 min
342

ଚଉପଦୀ

(12)

(ରାଗ ସାବେରି)

ଆରେ ମୃଦୁଅଙ୍ଗି ରେ

ଲାବଣ୍ୟ ତରଙ୍ଗି, ରତି ରସ ରଙ୍ଗିରେ (0)

ଗୋରି, ତୋହରି ପରି ନଥିବେ ସୁନ୍ଦରୀ,

ଧନ, ମନ ତୋଷୁ ମୋର, କରି କେତେଭଙ୍ଗିରେ (1)

ଗଭା କରୁଁ ବହି ଶୋଭା ଧରେ ମହୀ,

ସଂକୋଚିବ ତୋ ନେତ୍ରକୁ ଦେଖିଲେ କୁରଙ୍ଗୀ ରେ (2)

ମୋତିଜିତ ଦନ୍ତି ଦନ୍ତୀରାଜ ପତି,


ସ୍ମର ତୋର ଭୂରୁଚାହିଁ ଧନୁ ଦେବ ଭାଙ୍ଗିରେ (3)

ଶୁଣିଲେ ତୋ ବାଣୀ, ତାହା ଗୁଣି ଗୁଣି

ଶାରଦା ଶ୍ରୀ ପାଣି ବିପଞ୍ଚୀକି ଦେବେ ଫିଙ୍ଗି ରେ (4)

ଛୋଟରାୟ ଭାଷେ କି ସୁକୃତବଶେ

ହୋଇଲି ଛଇଳା ଶିରୋମଣି, ତୋର ସଙ୍ଗୀରେ ?’’

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics