STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (118)

ଚଉପଦୀ (118)

1 min
166

ଚଉପଦୀ

(118)

ରାଗ କାଫି

ଭାଷିଲିଟି ଆସି ଦରହାସି ଥରେ ରଖ ରେ (ପଦ)

ନିଧୁବନ ବିଚକ୍ଷଣା, ଜାଣି ତୋ କରୁଣା ଉଣା

ମାରି ଗିରୀସାରି ମୋତେ ସାରି ଦେଲା ଦେଖ ରେ (1)

ଶରଣ ତୁହିଟି ବୋଲି, ଚରଣକଞ୍ଜ ଧଇଲି,

ଚାହିଁଲୁ ନାହିଁ ଧନ କାହିଁକି ଏ ଦୁଃଖରେ (2)

ନ ଶୁଣି ମୋ ଚାଟୁବାଣୀ, ଗଣ୍ଡଦେଶେ ମଣ୍ଡି ପାଣି,

ଭୀରୁ କି ମତିରୁ ମହୀ ଚିରୁ ଅଛୁ ନଖରେ (3)

ଧରୁଛି ପଲ୍ଲବ କର, ଏବେ କୃପା ଲବ କର,

ହାସ ସମୁଲ୍ଲାସ, ପରକାଶ ବିଧୁ ମୁଖରେ (4)

ଆରେ ନବୀନା ବନିତା, ଲଗାଇଣ ପ୍ରୀତିଲତା,

କାଟିପକା ନାଟି ସେ ଏକାଠି ସବୁ ସୁଖରେ (5)

ଅଷ୍ଟଦୁର୍ଗନାଥ ଶିରେ, କଷ୍ଟନାଶି ହସି ଦରେ,

ଧରାଶିରହୀରା, ଆସି ବିରଜିଲା ପାଶରେ (6)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics