STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (112)

ଚଉପଦୀ (112)

1 min
387

ଚଉପଦୀ

(112)

ରାଗ -- ଝଁଝୋଟ, ତାଳ --ଆଠତାଳ

ବାରିକାକ୍ଷି ମନରୁ ମାନ ବାରି ଦେ ରେ,

ଦେଖ କାଳ ହେଲେ କଳା ବାରି ଦେ ରେ (ପଦ)

     ଦାସ ନାଶରେ ମାନସ, ବଳୁଛି ଯେବେ ନାରୀଶ,

କରଜନାରାଚ ମାରି ଚିରି ଦେ ରେ (1)

ତୋ ଚରଣ ସେବା ଭଳି, ନୋହିଲି ଯେବେ ରେ ଆଳି,

ଗାଳି ଦିଆଇ ମହତ ସାରି ଦେ ରେ (2)

ଏବେ ବନ୍ଧୁ ଅନାଥରେ, ଦୟା ଥିଲେ ଅନାଥରେ,

କରୁଣା କଟାକ୍ଷ ନେତ୍ରେ ଠାରି ଦେ ରେ (3)

ମହିଳା ମଣି ଜଗତେ, ତୋ ବିନା ସାହା କେ ମୋତେ,

ମାର ମୁଖୁଁ ବଞ୍ଚାଇବି ଗାରି ଦେ ରେ (4)

ଦ୍ୱିଜ କବି ରବି ବାଣୀ, ଶୁଣି ସେ ରମଣୀମଣି,

ସ୍ନେହେ ଦ୍ରବି ବହିଗଲା ବାରିଦେରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics