STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (104)

ଚଉପଦୀ (104)

1 min
109

ଚଉପଦୀ

(104)

ରାଗ ଭାଟିଆରୀ ଏକତାଳି

 

ବଦନର ଚାହିଁ ଛବି ଛଟା, ରଦନରେ ଧରୁନାହିଁ କୁଟା

ଗରବରେ ତୁଚ୍ଛା ହରବର ହେଲା ପରବ ରଜନୀ ରସିକୁଟା

ଆଗୋ ପ୍ରିୟସଖି ! ପ୍ରାଣପ୍ରିୟଙ୍କୁ ପାରିଲଟି ଦେଖି ? (1)

ବହି ନବ ଯୌବନ ମେରୁ,          ସହି କେ ରହି ପାରିବ ଭୀରୁ

ସେ ମହିଳା ମନ ମହାନଦୀ ମୀନ -ବାହାଣିଆ ଭଙ୍ଗୀ ଚାହାଣିରୁ (2)

ଠୁଳ ହୋଇ ଆଶା ରହେ ଲାଖି              ମୂଳରୁ ଟଳିବ ଯେବେ ସଖି

ଚୂଳବତୀ ମଣିମଣ୍ଡିତ ମୁକୁଟେ କୁଳବତୀ ଯେବେ ଦେବ ଆଖି (3)

ଥାଏ ମୋର ମଦ ମୁଁବିବେକୀ,             ପ୍ରାଣ ତୁଲେ ହୋଇଗଲି ବିକି

ଜାଲିଟି ନିକଟେ ଅନାଇ ଦେଲି ମୁଁ କାଲି ଟିକିଏ ସେ ଚାଲିଟିକି (4)

ଜଗତେ ବିଜୟେ ରତିସ୍ମର,         କରିବେ କିସ ମୂରତୀ ସ୍ମର

ଇଷ୍ଟକଥା ମାନ ପୁଷ୍ଟ କରିବେ ସେ ଅଷ୍ଟଦୁର୍ଗ ବସୁମତୀ ସୁର (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics