STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦି ୧

ଚଉପଦି ୧

1 min
305


ଅନା ଅନା ସୁନୟନା କିଞ୍ଚିତ କୃପାରେ (ପଦ)

ତୋଷମତେ ଅନୁକମ୍ପା ହାତୀ ଶିରୁପାରେ ,

ନ ହସି ମୋ ଭଗାରିଅ ସଢନ୍ତୁ ତ୍ରପାରେ (1)

କେତେ କେତେ ଜନ୍ମେ ଧନ ମୁଁ ଜଳ  ଜ ପାରେ,

ଲେଖିଛି ଅଳତା ଚିତ୍ର ତୋ କଳଜ ପାରେ (2)

ନ ଫିଙ୍ଗେ ଦୃଷ୍ଟି ତୋ ବିନା ଆନ ସୁରୂପାରେ,

ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୂପାରେ (3)

ଭାସିଲିଟି ଡାକିକଟି ସ୍ମର ଅକୂପାରେ,

ତରୁଣି ତରଣୀ ହୋଇ ଲଗାଅ ତୁ ପାରେ (4)

ଜଳନ୍ତର ପୁରନ୍ଦର ଚାଟୁ ଜଳପାରେ,

ରସିଲା ରସିକା ରସ କୁତୂହଳ ପାରେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics