ଚଉଦ କ ପଣକିଆ ଗୀତ
ଚଉଦ କ ପଣକିଆ ଗୀତ
ଚଉଦ ଏକେ ଚଉଦ,
ଏ ବର୍ଷ ପଡିବ ବିପଦ l
ଚଉଦ ଦୁଗୁଣେ ଅଠେଇଶି,
କହନ୍ତି ପ୍ରାକ - ମୁନି ଋଷି l
ଚଉଦ ତିରିକି ବାୟାଳଶି,
ବନ୍ୟା ହେବାର ଆଶଙ୍କା ବେଶୀ l
ଚଉଦ ଚଉକୁ ଛପନ,
ମରୁଡ଼ିରେ ହେବେ ସମ୍ମୁଖୀନ l
ଚଉଦ ପଞ୍ଚା ସତୁରି,
ପରସ୍ପର ହେବେ ମରାମରି l
ଚଉଦ ଷୋକୋ ଚଉରାଳଶି,
କଳକୀ ଅବତାରେ ପ୍ରଭୁ ଆସି l
ଚଉଦ ସତା ଅଠାନବେ,
ପାପୀମାନଙ୍କୁ ନାଶ କରିବେ l
ଚଉଦ ଅଷ୍ଟା ଶହେ ବାର,
ଜୀବନ ରଖିବେ ଆମର l
ଚଉଦ ନୂଆଁ ଶହେ ଛବିଶି,
ପ୍ରଭୁଙ୍କ ନାମ ଆମେ ଘୋଷି l
ଚଉଦ ଦଶା ଶହେ ଚାଳସୀ,
ଭଜୁଥିବା ଆମେ ଦିବାନିଶି l
