STORYMIRROR

arun sahoo

Fantasy Others

4  

arun sahoo

Fantasy Others

ଚଷମା

ଚଷମା

1 min
488

       

ଆଖି କାନ ଦେହ

ସବୁଠି ଦେଖିଲି,

ବୟସ ମୋର ବାଧକ 

ଗୀତା ଭାଗବତ ମହାଭାରତ

ପଢି ମୁଁ ପାରିଲିନି

ବଦଳି ଗଲା ମୋ ସ୍ବର। 


ଚମ ଧୁଡ଼ଧୁଡ଼

ହୋଇଗଲା ମୋର

ଚୁଟି ମୋ ଗଲା ପାଚି

ଦାନ୍ତ ପଡ଼ିଗଲା 

ପାକୋଇ ପାରୁନି

ଆଗରେ ଦାନ୍ତ କେତୋଟି ଅଛି। 


ଚାଲିବା ବେଳକୁ

ଆଣ୍ଠୁ କାଟୁଅଛି

ବସିଲେ କାଟୁଅଛି ଅଣ୍ଟା 

ମନେରେ ଭାରି ଗରମ

ସତେରେ ଜେମିତି  

ଶରୀରେ ପଶିଛି କଣ୍ଟା। 


କରୋନାର ଡରେ

ରହିଲି ମୁଁ ଚାରି କାନ୍ଥେ

ଗାଡିଟା ମୋହର

ଖତେଇ ହେଉଛି

ଚଲେଇବା ଭୁଲିଗଲି ସତେ ।


ପୁରୁଣା ଚଷମା 

କାମ ଦେଲା ନାହିଁ 

ଆଖିରୁ କମିଲା ଝାପସା

ସେହି ଚଷମାରେ 

କାମ ଚଳାଇଲି

ଆଖି ମୋ ହୋଇଲା ଅଠା ।


ଲେଖିବା ପଢିବା 

ଅଭ୍ୟାସ ମୋହର

କାନ୍ଦିଲି ଦିନେ ବସି

ଭାବୁ ଭାବୁ ଭାବନାରେ, ନିଦଗଲା ଲାଗି

ସପନେ ଦେଖିଲି 

ମାଆ ମୋ ପାଖେ ଆସି ଦେଲା ହସି। 


ନିଦରୁ ଉଠି ମୁଁ 

ଡ୍ରୟର ଖୋଲିଲି

ଚଷମାଟେ ମୋର ଅଛି

ଆଖିରେ ଲଗାଇ 

ଦେଖିଲି ତାହାକୁ

ଭଲ ମୋତେ ଦିଶୁଅଛି। 



రచనకు రేటింగ్ ఇవ్వండి
లాగిన్

Similar oriya poem from Fantasy