ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସେଇଁ
ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସେଇଁ
କହିଥିଲ ପ୍ରଭୁ ଚଣ୍ଡାଳୁଣୀ ଘରକୁ
ଲଷ୍ମୀ ଯାଇଥିଲ କାହିଁ
ହେଲ ଏବେ ଚଣ୍ଡାଳୁଣୀ ତୁମେ
ଦେଖି ଦେଲେ ବଳଭଦ୍ର ସାଇଁ
ତୁମେ ଆଉ ଶ୍ରୀମନ୍ଦିରେ ରହିବ ନାହିଁ
କହି ଦେଇଥିଲେ ଜଗନ୍ନାଥ ଲଷ୍ମୀ ଘଉଡ଼େଇ
ଲଷ୍ମୀ ଛାଡିଗଲେ ପୁରୁଷ ଦରିଦ୍ର ହୁଅଇ
ଅନ୍ନ ବସ୍ତ୍ର ମାଗିଗଲେ କେହି ନଦିଅଇ
ଏକଥା ଜଗନ୍ନାଥ ବଳଭଦ୍ର ଦୁଇଭାଇ
ଅଙ୍ଗେ ଲିଭେଇ କଷ୍ଟ ପାଇ
ଜଗତ ଜାଣିଲା ପ୍ରଭୁ ଭିକ ମାଗିଯାଇ
ଥାଳ ପୁରିଥିଲା ସିନା ପେଟ ପୁରିଲା ନାହିଁ
ଶେଷକୁ ଦୁଇଭାଇ ସମୁଦ୍ର କୂଳ ଯାଇ
ଲଷ୍ମୀ ଦୟା କଲେ ଭୁଞ୍ଜିଲେ ଦୁଇଭାଇ
ଚିହ୍ନି ଲଷ୍ମୀଙ୍କୁ ଯେବେ ଡାକିଲେ ଯିବାପାଇଁ
ଲଷ୍ମୀ ବୋଇଲେ ସର୍ତ୍ତ ଅଛି ତାଙ୍କ ରହି
ଚଣ୍ଡାଳୁ ବ୍ରାହ୍ମଣ ପର୍ଯ୍ୟନ୍ତେ ଅବଢ଼ା ଖୁଆଖୋଇ
ହେବେ ଯେବେ ଯିବି ଦେଉଳକୁ ମୁହିଁ
ଆଜ୍ଞା ଦେଲେ ମଣିମା ଲଷ୍ମୀ ଯଶ ରହୁ କହି
ସେବେ ଭୁଲିଥିଲେ ଶବର ବିଟାଳ ଦୁଇଭାଇ
ଭକ୍ତର ଭାବରେ ଭାବ ଡୋର ଲାଗିଯାଇ
ଦାସିଆ ସାଲବେଗଙ୍କୁ କେ ଟପିଛି ଭକ୍ତ କହି
ଅଛବର ଘରେ ଦଣ୍ଡେ ଲଷ୍ମୀ ମହାମାୟୀ
ପାଦପଦ୍ମରେ ଶ୍ରୀୟା ପୁଜିଲା ଲଷ୍ମୀମହାମାୟୀ
ସେହି ଏକଦୋଷ ପ୍ରଭୁ ସହିଲେ ନାହିଁ
ଏବେ ସତ୍ୟ ହେଲା ଶାପ ଲଷ୍ମୀ ଥିଲେ ଦେଇ
ଚଣ୍ଡାଳୁଣୀ ଘରେ ଭୁଞ୍ଜିଲେ ଦୁଇଭାଇ
ହାତ ଧରି ନେଲେ ଲଷ୍ମୀ ଦେଉଳକୁ ଯହିଁ
ଧନ ଜନ ଗୋପ ଲଷ୍ମୀ ସବୁ ଆସିଲେ ତହିଁ
ଲଷ୍ମୀ ଏତେ ବଡ଼ ବୋଲି ଜଗତ ଜାଣଇ
ଦୁଇଭାଇ ଜାଣିଲେ କେତେ ବଡ଼ ଲଷ୍ମୀମାଇ
,,,,,,,,,,,,,,,,,,,
