Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Inspirational

3  

Padmini Parida

Inspirational

ଚନ୍ଦ୍ରୟାନ୍ 3

ଚନ୍ଦ୍ରୟାନ୍ 3

1 min
219


 ମୋଦେଶ ଭାରତ ସ୍ଵର୍ଣ୍ଣମ ଇତିହାସ ରଚନା କରି

 ଦକ୍ଷିଣ ପୋଲରେ ରଖିଲା ନିଜ ପାଦ।

 ଅଗଷ୍ଟମାସ ୨୩ ତାରିଖ ବୁଧବାର ସନ୍ଧ୍ୟା ୬.୪ମିନିଟ୍ ରେ 

ଭାରତ ମାଆ ର ମଥା କୁ ଟେକି ଚଖାଇଲା ନିଜ ସ୍ଵାଦ।

 ISRO ରଚିଦେଲା ନୂଆ ଇତିହାସ

 ଏହା ଅଦ୍ଭୂତ, ଅବିଶ୍ଵନୀୟ ହେଲେ ଭି ସତ୍ୟ।

 ଚନ୍ଦ୍ରୟାନ ୩ ର ପ୍ରକୃତ ରହସ୍ୟ ,ହାରିନାହିଁ ମୋ ଦେଶର

  ବୈଜ୍ଞାନିକ ଭୂଲି ନିଜ ପରାଜୟ।

 ମୋଦିଜୀଙ୍କ କୁଣ୍ଡାଇ ଆଶ୍ଵାସନା ଦେବା ପ୍ରଶଂସନୀୟ 

 ଶିବନ୍ ଆଖିରେ ଲୁହ, ଭାରତ ଦେଖାଇଛି ନିଜ ଟାଣ।

   ଚନ୍ଦ୍ର ରେ କରିବା ପାଇଁ ଜୀବବାସ

  ଚାନ୍ଦ୍ରୟାନ ୩ ଚଲାଇଛି ପ୍ରୟାସ। 

  ଜୟହୀନ୍ଦ୍ ଧ୍ଵନି ଶୁଭିଲା ଚନ୍ଦ୍ର ରେ

ମନର ଉତ୍କଣ୍ଠା ବଢ଼ି ଚାଲିଛି ବିଶ୍ଵବାସୀଙ୍କ ହୃଦୟେ।

ଆନ୍ଧ୍ର ପ୍ରଦେଶରେ ଶ୍ରୀହରି କୋଟାରୁ ଆରମ୍ଭ କରି

ଚନ୍ଦ୍ରପୃଷ୍ଟେ ହେଲା ଶେଷ।

ପୂର୍ବେ ଦୁଇବାର ଅଭିଯାନରେ ଯେଉଁ ପାଇଥିଲେ ବିଫଳତା

ସେହି ଅଭିଜ୍ଞତା ବଳେ ବୈଜ୍ଞାନିକ ଲଭିଛନ୍ତି ସଫଳତା।

ଆଦି କାଳରୁ ତୁମେ ଦେବତା ସ୍ୱରୂପ

 ଚନ୍ଦ୍ରମା, ଶଶୀ , ଶଶାଙ୍କ ନାମେ ତୁମେ ପୂଜିତ।

ଭାରତ ମାତାର ଗୌରବ ମୁହୁର୍ତ୍ତ ଚନ୍ଦ୍ରାୟନ୍ ୩

ଦେଶ ଦେଶ ବାହାରେ ରଖିଛି ନିଜ ଟେକ।


 


Rate this content
Log in

Similar oriya poem from Inspirational