STORYMIRROR

ଶିଶିର ସାହୁ ମନୋଜ

Fantasy Inspirational

3  

ଶିଶିର ସାହୁ ମନୋଜ

Fantasy Inspirational

ଚନ୍ଦ୍ର

ଚନ୍ଦ୍ର

1 min
183

କାହାର ଚନ୍ଦ୍ରମା ପ୍ରେୟସୀ ଉପମା

କିଏ କହେ ଜହ୍ନ ମୋର ଅଟେ ମାମା ।।

କା ପାଇଁ ଚନ୍ଦ୍ର ପୃଥ୍ଵୀ ଜୀବ ରକ୍ଷକ

କେ ଗାୟେ ଚନ୍ଦ୍ର ମହିମା ସ୍ତବକ ।।

କା ପାଇଁ ଚନ୍ଦ୍ରମା ଏକ ଉପଗ୍ରହ

ଏମନ୍ତ ଚନ୍ଦ୍ରମା କଥା ହିଁ ଦୂରହ ।।

ମୋ ପାଇଁ ଚନ୍ଦ୍ରମା ପୃଥ୍ଵୀ ଭ୍ରାତା ଜଣେ

ଭଗ୍ନୀର ରକ୍ଷା କର୍ତ୍ତବ୍ୟ ଯେ ମଣେ ।।

ଚନ୍ଦ୍ର ଵିନା ପୃଥ୍ଵୀ ସ୍ଥିର ନ ରହନ୍ତା

ଶୀତେ କେଵେ ରୌଦ୍ରେ ଜଳୁଥାନ୍ତା ।।

ଜୀଵନର ସୃଷ୍ଟି ନହୁଅନ୍ତା କେଵେ

ମଙ୍ଗଳର ସମ ଦିଶୁଥାନ୍ତା ଏଵେ ।।

ଚନ୍ଦ୍ର ଯୋଗୁଁ ଆଜ ପୃଥ୍ଵୀ ସୁରକ୍ଷିତ

ଜୀଵଜଗତକୁ ହୋଇଅଛି ହିତ ।।

ଭ୍ରାତା ଯଥା ରକ୍ଷା କରଇ ଭଗ୍ନୀକୁ

ସେଭଳି ବଞ୍ଚାଏ ଜହ୍ନ ଏ ପୃଥ୍ଵୀକୁ ।।

ଆମ୍ଭ ବାପ ଅଜା ଯୁଗ ଯୁଗ ଧରି

ମାନିଆସିଛନ୍ତି ଦେଵତୁଲ୍ଯ କରି ।।

ହେ ଚନ୍ଦ୍ର ତୁମ୍ଭକୁ ପ୍ରଣାମ କରୁଛି

ତୁମ ଚରଣର ବନ୍ଦନା କରୁଛି ।।

ତୁମ ଵିନା ଏଠି ନଥାନ୍ତା ଜୀବନ

ଏଥି ଯୋଗୁଁ ସିନା ତୁମେଟି ମହାନ ।।

ରକ୍ଷାକର୍ତ୍ତା ତୁମ୍ଭେ ଶଶାଙ୍କ ଚନ୍ଦ୍ରମା

ସୂର୍ଯ୍ୟ ଥିଲା ଯାଏଁ ରହିଵ ମହିମା ।।

ସେ ଯୁଗେ ଯଦି ଥାଆନ୍ତି ମାନଵ

ଥିଲା ଯାଏଁ ସୃଷ୍ଟି ସ୍ମରୁଥିଵେ ସର୍ଵ ।।

ଯଦିଵା ମାନଵ ଆନଗ୍ରହେ ଯାଏଁ

ଉଣ୍ଡୁଥିଵ ସଦା ତୁମ୍ଭକୁ ସେଠାଏଁ ।।

ତମ୍ଭ ପରି ଉପଗ୍ରହ ଯହିଁ ଯହିଁ ଥିଵ

ସେ ଗ୍ରହେ ଜୀଵନ ନିଶ୍ଚେ ରହିଥିଵ ।।

ଏମନ୍ତ ଭାଵନ୍ତି ଆଜିର ଵିଜ୍ଞାନୀ

ଉଣ୍ଡୁଥାନ୍ତି ସଦା ତୁମ୍ଭ ପରି ଗୁଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy