Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଚନ୍ଦ୍ର ପୃଷ୍ଠରେ ମାନବ

ଚନ୍ଦ୍ର ପୃଷ୍ଠରେ ମାନବ

1 min
255



ଶିବଙ୍କ ଶିରର ଭୂଷଣ ଚନ୍ଦ୍ରମା

ସୁବିଦିତ ଶାସ୍ତ୍ର ବୋଲେ ।

କ୍ଷୀର ସମୁଦ୍ରରୁ ଉଦ୍ଭବ ହୋଇଲେ

ଲକ୍ଷ୍ମୀଙ୍କ ଭ୍ରାତା ସେ ହେଲେ ।୧।

ଗ୍ରହଗଣ ମଧ୍ଯେ ଦ୍ବିତୀୟ ଗ୍ରହ ସେ

ପୂଜ୍ୟ ଶାସ୍ତ୍ର ପୁରାଣରେ ।

ଆଜିର ମାନବ ଏକଥା ନମାନେ

ଚନ୍ଦ୍ର ଅଭିଯାନ କରେ ।୨।

ବୈଜ୍ଞାନିକ କହେ ଚନ୍ଦ୍ର ଉପଗ୍ରହ

ଏକ ଆମ ପୃଥିବୀର ।

ସତେଇଶି ଦିନେ ଥରେ ଘୂରିିଥାଏ

ପୃଥିବୀ ଚଉପାଶର ।୩।

ତିନିଲକ୍ଷ ଛୟାଅଶୀ ହଜାର ଦୁଇଶ

କିଲୋମିଟର ଦୂରେ ।

ପୃଥିବୀଠୁ ଚନ୍ଦ୍ର ରହିଛି ସୂର୍ଯ୍ୟଙ୍କ

ଆଲୋକ ହିଁ ସେ ବିତରେ ।୪।

ରୁଷ ବୈଜ୍ଞାନିକ ଚନ୍ଦ୍ର ଅଭିଯାନ

ପ୍ରଥମେ ଆରମ୍ଭ କଲେ ।

ରକେଟ ପଠାଇ ଅଦେଖା ପାର୍ଶ୍ବର

ଫଟୋଚିତ୍ର ଉତ୍ତୋଳିଲେ ।୫।

ମହାକାଶଯାନ ପଠାଇ ଚନ୍ଦ୍ରକୁ

ଚନ୍ଦ୍ର ପୃଷ୍ଠରେ ମାନବ ।

ପାଦ ଥାପିଲାଣି ବସତି ସ୍ଥାପନ

ଭାବେ ସେଠାରେ କରିବ ।୬।

ଚନ୍ଦ୍ରରେ ବସତି ଥାପିବା ପାଇଁକି

ହୋଇଲାଣି ଜାଗା ବିକା ।

ସଫଳତା ତାର ପାଇବା ପାଇଁକି

ଲାଗିଛନ୍ତି ଏକା ଏକା ।୭।

ଚୀନ ଆମେରିକା ଭାରତ ରୁଷିଆ

ପୁଣି ଦକ୍ଷିଣ କୋରିଆ ।

ଅଗ୍ରଣୀ ଅଛନ୍ତି ଚନ୍ଦ୍ର ଅଭିଯାନେ

ସଭିଏଁ ଜାଣନ୍ତି ଏହା ।୮।

"ଲୁନା" ପଠାଇଛି ଚନ୍ଦ୍ରକୁ ରୁଷିଆ

ଭାରତର ସଫଳତା ।

ଚନ୍ଦ୍ରଯାନ -୩ ଇସ୍ରୋ ପଠାଇଛି

ତାପରେ ନିଘା ରଖିଥା ।୯।

ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନ ରୋଭର

ଅଲଗା ହେଲେଣି ଏବେ ।

ଅଗଷ୍ଟ ତେଇଶ ତାରିଖରେ ତାକୁ

ଚନ୍ଦ୍ରପୃଷ୍ଠରେ ଥାପିବେ ।୧୦।

ଚନ୍ଦ୍ର ଏବେ ଆଉ ବହୁ ଦୂରେ ନାହିଁ

ଚନ୍ଦ୍ର ପୃଷ୍ଠରେ ମାନବ ।

ଓହ୍ଲାଇ ସାରିଛି ବର୍ଷ କେତେଟାରେ

ନିଶ୍ଚେ ବସତି ସ୍ଥାପିବ ।୧୧।



Rate this content
Log in

Similar oriya poem from Abstract