STORYMIRROR

Sasmita Mohapatra

Inspirational

3  

Sasmita Mohapatra

Inspirational

ଚଳନ୍ତି ପ୍ରତିମା

ଚଳନ୍ତି ପ୍ରତିମା

1 min
450


ସାରା ବ୍ରହ୍ମାଣ୍ଡର ....ସୃଷ୍ଟି ମଧ୍ୟେ ସାର

 ଜୀବନ୍ତ ଈଶ୍ୱର ସେହି

ଯା'ଗୁଣ କୀର୍ତ୍ତନ.. ଅକ୍ଷମ ବର୍ଣ୍ଣନ

 "ପିତାମାତା"ନାମ ବହି


ଜନ୍ମଦାତ୍ରୀ ମାତା... କର୍ମଦାତା ପିତା

  ଆଦ୍ୟ ଶିକ୍ଷୟିତ୍ରୀ ମାଆ

ପୃଥିବୀର ଭାର..ସିନ୍ଧୁର ଗଭୀର

ଅମୋଘ ଶକ୍ତିର ସାହା


ନାରାୟଣ ଦିନେ.. ଚିନ୍ତାକଲେ ମନେ

 ବାଳୁତ ରୂପରେ ସ୍ବାଇଁ

ମାଆ କୋଳେ ଖେଳି...ବାପା ପାଖେ ଅଳି

  "ପିତାମାତା ପ୍ରେମ ପାଇଁ


ଥରେ ବିଘ୍ନେଶ୍ବର...ଶିବା,ମହେଶ୍ବର

  ଚଉପାଶେ ଭ୍ରମିଥିଲେ

ସାରା ଭୁବନର...ଦର୍ଶନ ସୁଖରେ

   ଆଦ୍ୟ ପୂଜିତ ଲଭିଲେ


ମାତା ଜୀଜାବାଈ...ଶିବାଜୀଙ୍କ ପାଇଁ

  ପ୍ରେରଣାର ସ୍ରୋତ ଥିଲେ

ଛାୟାଦେବୀ ପାଇଁ.. ନରସିଂହ ଯହିଁ

କୋଣାର୍କ ତୋଳାଇ ଦେଲେ


ହୁଅ ଦୟାଶୀଳ....ନମ୍ର ଓ କୋମଳ

 ପିତୃମାତୃ ଭକ୍ତି ଗୁଣ

କ୍ଷମା, ମିତବ୍ୟୟ..ଓ ମିତସଞ୍ଚୟ

 ସାଧା ନୈତିକ ଜୀବନ


ରିପୁ, କାମ,କ୍ରୋଧ.. ଲୋଭ,ମୋହ, ମଦ

 ମାସ୍ହର୍ଯ୍ୟକୁ ଦେବ ତେଜି

ସଂଜମ ସାଧନ,...ବିଦ୍ୟା ଅଧ୍ୟୟନ

ଶୃଙ୍ଖଳାରେ ଯିବ ମଜି


ପିତାମାତା"ଗର୍ବେ...ଜୀଇଁବେ ଗୌରବେ

 ସୁସନ୍ତାନ ସୁଖ ପାଇ

ସେ ପଦରେ ଶିର...ନତ ବାରବାର

 'ଚଳନ୍ତି ପ୍ରତିମା "ସେହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational