ଚଳନ୍ତି ଦେବତା
ଚଳନ୍ତି ଦେବତା
ପିତାମାତା ମୋର ଚଳନ୍ତି ଦେବତା
ପାଷାଣ ପୂଜିବି କାହିଁ
ଆଜୀବନ ପାଦ ସେବା କରୁଥିବି
ଶ୍ରବଣ କୁମାର ହୋଇ !!
ଆଶୀର୍ବାଦେ ତାଙ୍କ ସାନିଧ୍ୟ ଲଭିବି
ହୋଇବି ଜଗତ ଜିତା
ସେବାରେ ତାଙ୍କରି ଜୀବନ ମୋ ଯାଉ
ଏହି ମୋର ଶେଷ ଇଛା !!
ଦୁହିଁଙ୍କ ଦାନରେ ଏହି ମୋ ଜୀବନ
କୋଟି ପୁଣ୍ୟ ଫଳେ ପାଇ
ସାରା ଜୀବନକୁ ହୃଦୟେ ରଖିବି
କେବେ ଭୁଲିଯିବି ନାହିଁ !!
ପାଦରେ ପ୍ରଣତି ଭକ୍ତି ଅର୍ଘ୍ୟ ଅର୍ପେ
ଅଧମ ସନ୍ତାନ ତୁମ
ସବୁ ଦୋଷ ତ୍ରୁଟି କରିଦେବ କ୍ଷମା
ଦୁହେଁ ମୋର ପ୍ରଭୁ ସମ !!
