STORYMIRROR

Smitali Priyadarsini Panda

Classics Inspirational Thriller

3  

Smitali Priyadarsini Panda

Classics Inspirational Thriller

ଚଳନ୍ତି ଦେବତା

ଚଳନ୍ତି ଦେବତା

1 min
235


ପିତାମାତା ମୋର ଚଳନ୍ତି ଦେବତା

ପାଷାଣ ପୂଜିବି କାହିଁ

ଆଜୀବନ ପାଦ ସେବା କରୁଥିବି

ଶ୍ରବଣ କୁମାର ହୋଇ  !!


ଆଶୀର୍ବାଦେ ତାଙ୍କ ସାନିଧ୍ୟ ଲଭିବି

ହୋଇବି ଜଗତ ଜିତା

ସେବାରେ ତାଙ୍କରି ଜୀବନ ମୋ ଯାଉ

ଏହି ମୋର ଶେଷ ଇଛା  !!


ଦୁହିଁଙ୍କ ଦାନରେ ଏହି ମୋ ଜୀବନ

କୋଟି ପୁଣ୍ୟ ଫଳେ ପାଇ

ସାରା ଜୀବନକୁ ହୃଦୟେ ରଖିବି

କେବେ ଭୁଲିଯିବି ନାହିଁ  !!


ପାଦରେ ପ୍ରଣତି ଭକ୍ତି ଅର୍ଘ୍ୟ ଅର୍ପେ

ଅଧମ ସନ୍ତାନ ତୁମ

ସବୁ ଦୋଷ ତ୍ରୁଟି କରିଦେବ କ୍ଷମା

ଦୁହେଁ ମୋର ପ୍ରଭୁ ସମ  !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics