STORYMIRROR

puspalata samantary

Abstract

2  

puspalata samantary

Abstract

ଚଲାପଥ

ଚଲାପଥ

1 min
346

ମଣିଷ ଜୀବନ ଚଲାପଥ ନୁହେଁ

କୋମଳ ମସୃଣ ପଥ,

ଅଙ୍କାବଙ୍କା ପୂର୍ଣ୍ଣ ବନ୍ଧୁର ରାସ୍ତାରେ

ଚାଲିବା ପାଇଁ ସମର୍ଥ

ଜୀବନ ଟା ଖାଲି ସୁଖ ଗନ୍ତାଘର

କେବେ ତ ହୋଇ ନ ଥାଏ,

ସଫଳତା ବିଫଳତା ଏ ଜୀବନେ

ଖରାଛାଇ ଖେଳୁଥାଏ

ଦୋଷ ଦୁର୍ବଳତା କାପୁରୁଷ ତାର

ସ୍ୱଭାବ ଅଟଇ ନଷ୍ଟ,

ସ୍ନେହ ଶ୍ରଦ୍ଧା ଭଲପାଇବାକୁ ବାଣ୍ଟି

ପବିତ୍ର ପଣରେ ଶ୍ରେଷ୍ଠ

ମାନବ ଜନମ ଇନ୍ଦ୍ରିୟ ତୋଷଣ

ପାଇଁକି ହୋଇନି ସୃଷ୍ଟି,

ଚେତନାର ମହତ୍ତର ଉପଲବ୍ଧି

କରାଇ ହୋଇବ ତୁଷ୍ଟି

ଭୁଲିଯାଅ ନାହିଁ ଜନକ ଜନନୀ

ତ୍ୟାଗର ସେ ଗଭୀରତା,

ଜୀବନ୍ତ ଈଶ୍ୱର ଅଟନ୍ତି ତୁମର

ରଖିଲେ ସାମ୍ୟ ସମତା

ଅନାବିଳ ସ୍ନେହ ଦେଇ ଶିଖିଥିଲେ

ସ୍ୱାର୍ଥ ରହିତ ଭାବରେ,

ଶ୍ରେଷ୍ଠ ଗୁଣ ତାହା ହୋଇବ ଟି ଦିନେ

ତୁମ ଞ୍କାତ ଅଞ୍କାତରେ,

ଦୟାଧର୍ମ କ୍ଷମା ପରି ଦିବ୍ୟଗୁଣ

ମଧ୍ୟେ ହଜିଯିବା ପାଇଁ,

ହିଂସା ଓ ଅସୂୟା ଭିତରେ ଦିବ୍ୟତା

ଖୋଜିଲେ ମିଳିବ ନାହିଁ

ବିପଦ ସମ୍ପଦ ଧନ ମାନ ପଦ

ସବୁ ଈଶ୍ୱର ରଚନା,

ସମୟେ ସମୟେ ଅହଂମିକା ବିଷେ

ଘାରି ହୋଇ ପାଉ ଯନ୍ତ୍ରଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract