ଚକାନୟନ
ଚକାନୟନ
ନୟନେ ନୟନ ହେ ଚକାନୟନ
ମିଶିଗଲା ଯେଉଁ ଦିନ
ଭୁଲି ଗଲି ସବୁ ମୋ ଦୁଃଖ ଯାତନା
ଭୁଲି ଗଲି ମୋ କଷଣ
ପ୍ରଭୁ, ଚାହିଁ ଚାହିଁ ଚକାନୟନ ।
ଚକା ଚକା ଆଖି ଦୁନିଆଁ ପରଖି
ଇସାରାରେ ପ୍ରତି ପ୍ରାଣ
ଅପଲକ ଜ୍ୟୋତି ଅବାରିତ ପ୍ରୀତି
ଭରି ଦିଅ ପ୍ରତି କ୍ଷଣ
ଆଖିରେ ଆଖିରେ ତୋ ଭାବ ଭଙ୍ଗୀରେ
ବାଇ ମୀରା ରାଧା ମନ ।
କମଳ ନୟନ ହେ କଞ୍ଜ ଲୋଚନ
କମଳ ଯାଏ ମଉଳି
ପଲକ ପଡ଼େନି ଜ୍ୟୋତି ତ ଲିଭେନି
ଜ୍ୟୋତିର୍ମୟ ତୁମେ ହରି
ଜ୍ୟୋତିରେ ଜ୍ୟୋତିରେ ନୂଆ ପ୍ରାଣ ଭର
ଧନ୍ୟ ହୁଏ ଧରାଧାମ ।
