STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଚକାଆଖି

ଚକାଆଖି

1 min
11.9K

ତମେ ନୀଳକଇଁ ଆଖି 

ଦେଖିଛ କି ସଖି, 

ଅବା ଅଛ ସାକ୍ଷୀ 

ଖୋଜି ଖୋଜି ପାଉନାହିଁ 

ଅଭାବ ବୋଧରେ ମୁଁ ନିରିମାଖି 

ଆଖି ଭିତରେ କେତେ କଥା 

ସମୁଦ୍ର ର ଢେଉ ମାନେନାହିଁ 

କେବେ ଥଳ କୂଳ ଆକୁଳତା

କେବେ ନିରୀହତା କେବେ ଗଭୀରତା 

କେବେ କରୁଣତା କେତେ ବିବଶତା 

ମାପି ମାପି କବିତା ଲେଖିଛି ଏଠି ସେଠି 

ଆଉ ଯୋଉ ଆଖି ଚକା ଜହ୍ନ ପରି 

କଥା ଦିଆନିଆ ଯୋଉ ଆଖି କରି 

ବଶ ରେ ରଖିଛି ପ୍ରେମକ ପ୍ରହରୀ 

ଦେଖିଦେଲେ ଥରେ ପ୍ରେମ ଭକ୍ତି ଭରି 

କିଏ କହେ ତାରେ ହସିଲା ଆଖି ର 

କାରନାମା କରାମତି ଭାରି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract