ଚକାଆଖି
ଚକାଆଖି
ତମେ ନୀଳକଇଁ ଆଖି
ଦେଖିଛ କି ସଖି,
ଅବା ଅଛ ସାକ୍ଷୀ
ଖୋଜି ଖୋଜି ପାଉନାହିଁ
ଅଭାବ ବୋଧରେ ମୁଁ ନିରିମାଖି
ଆଖି ଭିତରେ କେତେ କଥା
ସମୁଦ୍ର ର ଢେଉ ମାନେନାହିଁ
କେବେ ଥଳ କୂଳ ଆକୁଳତା
କେବେ ନିରୀହତା କେବେ ଗଭୀରତା
କେବେ କରୁଣତା କେତେ ବିବଶତା
ମାପି ମାପି କବିତା ଲେଖିଛି ଏଠି ସେଠି
ଆଉ ଯୋଉ ଆଖି ଚକା ଜହ୍ନ ପରି
କଥା ଦିଆନିଆ ଯୋଉ ଆଖି କରି
ବଶ ରେ ରଖିଛି ପ୍ରେମକ ପ୍ରହରୀ
ଦେଖିଦେଲେ ଥରେ ପ୍ରେମ ଭକ୍ତି ଭରି
କିଏ କହେ ତାରେ ହସିଲା ଆଖି ର
କାରନାମା କରାମତି ଭାରି.
