STORYMIRROR

Dr.Sashi Bhushan Mohapatra

Abstract

2  

Dr.Sashi Bhushan Mohapatra

Abstract

ଚିଠିରେ ଶବ୍ଦ ଅଛି

ଚିଠିରେ ଶବ୍ଦ ଅଛି

1 min
316

ଚିଠିରେ ଶବ୍ଦ ଅଛି

ଫୁଲଙ୍କୁ ଗୁନ୍ଥିଲାଭଳି,

ଲୁହ ଅଛି,ଲହୁ ଅଛି

କାଗଜରେ ଶବ୍ଦମୟ ହୋଇ।

ସୁଖ, ଦୁଖଃ, ପ୍ରେମ

ସବୁ କିଛି ମନମୟ

ଯେତେ ଥର ପଢିଲେ

ସବୁକିଛି ଖୋଲିଦିଏ ଜୀବନର।


ଚିଠି କେବେ ଆସେ

ଲଫାପା ଭିତରେ

ଲଗାଏ ନିଆଁ ରକ୍ତରେ

ଲୁହରେ ବନ୍ୟା କରେ

କେବେ ଝଡ଼ଟିଏ ଖେଳାଇ ଦିଏ

ନିମିଷକ ମଧ୍ୟରେ।


ଗୋପନ ଅନୁଭୂତି

ଗାଁ ଗୋହିରି, କିଆ ବଣ

ଆମ୍ବତୋଟା, ନଈପଠା

ପ୍ରତିଶୃତି କେତେ,

ସବୁ କିଛି ଝଲସି ଯାଏ

ଗୋଟିଏ ଗୋଟିଏ ଶବ୍ଦରେ,

ପଲକେ,ପୁଲକେ 

ଚିଠିରେ କେଜାଣି କେମିତି।

ଚିଠିସବୁ ଶବ୍ଦରେ କହିଦିଏ

ତୁମ କଥା,ମୋ କଥା,ଆମ କଥା

ରାସ୍ତାର କୃଷ୍ଣଚୂଡ଼ା କଥା

ଏଲିନାର ହୃଦୟ କଥା।


ଚିଠି ଖୋଜେ ଶବ୍ଦକୁ

ଶବ୍ଦ ଘାରେ ମନକୁ

ମନ ଵୋକଦିଏ ଚିଠିକୁ

ଚିଠି ଖୋଜେ ଆପଣାର କାହାକୁ।

ଶବ୍ଦ ସବୁ ହାତ ଧରା ଧରି ହୋଇ

ଗଢନ୍ତି ଚିଠିରେ ସ୍ୱପ୍ନର ସହର

ତା' ଭିତରେ ଏକ ଘର,

ଚିଠି ସଦାବେଳେ ଏମିତି

ଶବ୍ଦର ସାଇତା ସାଗର

ଲୁହ ଆଉ ଲହୁରେ

ଗୋଟେ ଗୋଟେ ଅମ୍ଲାନ ଅକ୍ଷର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract