STORYMIRROR

Pareshchandra Das

Romance

3  

Pareshchandra Das

Romance

ଚିଠି

ଚିଠି

1 min
186

କେଡ଼େ ହରସରେ ଖୋଲିଲି ଲଫାପା

       ମମତାର ଜଉ ମୁଦ ।।

ଛାତିଏ ଆବେଗ      ବଢ଼ିଲା ସ୍ପନ୍ଦନ

       ବହିଗଲା ଦେହୁ ସ୍ବେଦ ।।

ନେତ୍ର ପଖାଳିଲା     ଅସୁମାରୀ ସ୍ୱପ୍ନ

       ଦେହେ ଖେଳେ ଶିହରଣ ।

ପଛରୁ କେ ଆସି ଦେଖି ଦେବ କାଳେ

       ବିଚଳିତ ମୋର ମନ ।।

ଶବ୍ଦର ଶବଦ     ମନେ ଆଣେ ଭୟ

       କେମିତି ପଢିବି ଚିଠି ।।

ନିର୍ଜନ ଡାକଇ        ଆ ଚାଲି ଆ ତୁ

       ସଭିଙ୍କୁ କରତୁ ପିଠି ।।

ଅତି ସନ୍ତର୍ପଣେ   ପଢ଼ିଲି ଯେବେ ମୁଁ

      ନ ଥିଲା ତ ଲେଖା କିଛି ।।

ଇତି ପରେ ନାମ  ସାଦା କାଗଜ ଟି

      ସବୁ ରଙ୍ଗ ନେଲା ପୋଛି ।।

ସେଦିନୁ ନିର୍ଜନ  ଭଲ ପାଏ ମୋତେ

        କରିଛି ମୋତେ ତ ସାଥି ।

ତୁମ ଉପହାର     ସାଦା କାଗଜରେ

       କବିତା ଲେଖୁଛି ମୁଁ ନିତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance