ଚିଠି
ଚିଠି
କେଡ଼େ ହରସରେ ଖୋଲିଲି ଲଫାପା
ମମତାର ଜଉ ମୁଦ ।।
ଛାତିଏ ଆବେଗ ବଢ଼ିଲା ସ୍ପନ୍ଦନ
ବହିଗଲା ଦେହୁ ସ୍ବେଦ ।।
ନେତ୍ର ପଖାଳିଲା ଅସୁମାରୀ ସ୍ୱପ୍ନ
ଦେହେ ଖେଳେ ଶିହରଣ ।
ପଛରୁ କେ ଆସି ଦେଖି ଦେବ କାଳେ
ବିଚଳିତ ମୋର ମନ ।।
ଶବ୍ଦର ଶବଦ ମନେ ଆଣେ ଭୟ
କେମିତି ପଢିବି ଚିଠି ।।
ନିର୍ଜନ ଡାକଇ ଆ ଚାଲି ଆ ତୁ
ସଭିଙ୍କୁ କରତୁ ପିଠି ।।
ଅତି ସନ୍ତର୍ପଣେ ପଢ଼ିଲି ଯେବେ ମୁଁ
ନ ଥିଲା ତ ଲେଖା କିଛି ।।
ଇତି ପରେ ନାମ ସାଦା କାଗଜ ଟି
ସବୁ ରଙ୍ଗ ନେଲା ପୋଛି ।।
ସେଦିନୁ ନିର୍ଜନ ଭଲ ପାଏ ମୋତେ
କରିଛି ମୋତେ ତ ସାଥି ।
ତୁମ ଉପହାର ସାଦା କାଗଜରେ
କବିତା ଲେଖୁଛି ମୁଁ ନିତି ।

