Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Romance

4.3  

Jyotirmoyee Mohanty

Romance

ଚିଠି

ଚିଠି

1 min
58


ତୁମ ହାତ ଲେଖା ଚିଠି

ଯେମିତି ଫୁଲ ଫୁଟିଛି

ଝରୁଛି ସେଥିରୁ ମହୁ 

ପଡି ମୁଁ ସବୁ ପିଉଛି।


ତୁମ ହାତଲେଖା ଚଠି

ଭବ୍ୟ ଏକ ଶୀହରଣ

ମନେ ମନେ ଜାଗେ ମୋର

ସମ୍ମୋହନ ପ୍ରୀତି ପାର୍ବଣ ।


ତୁମ ହାତ ଲେଖା ଚିଠି 

ଗୋଟେ ନୀଳ ନିମନ୍ତ୍ରଣ

ଫୁଲଭରା ଶେଜ ପରେ

ଦୁଇ ଆତ୍ମାର ମିଳନ।


ତୁମ ହାତ ଲେଖା ଚିଠି

ଶ୍ରାବଣର ମିଠା ରାତି 

ବଢୁଥାଏ ଯେତେ ଯେତେ

ଦେହେ ମୋ ଅନେକ ତାତି ।


ତୁମ ହାତ ଲେଖା ଚିଠି

ବହୁ ଦୂର ପ୍ରିୟାଟିର

ବ୍ୟାକୁଳରେ ବିଳାପର

ତା ଅନ୍ତର ସ୍ୱାକ୍ଷର।



Rate this content
Log in

Similar oriya poem from Romance