STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ଚିଠି ରଙ୍ଗ

ଚିଠି ରଙ୍ଗ

1 min
186


ଶ୍ରାବଣ କୁ ଲେଖିଥିଲି ଶ୍ରାବଣୀ ହସ୍ତେ ଚିଠିଟେ

ଲଫାପା ଥିଲା ସତେ ବାଘନିସହନାଲା ପ୍ରଜାପତିଟେ

ମଳୟକୁ ଦେଇଥିଲି ମାଳବିକା ପତ୍ର ଗୋଟେ

ନାଲି ନାଲି ରଙ୍ଗ ଖାଲି ସତେ ଇନ୍ଦ୍ରଧନୁଟେ

ଫଗୁଣକୁ ଡାକିଥିଲି ଆଙ୍କିଦେବୁ ଚିତ୍ର ପଟଟେ

ସାତ ରଙ୍ଗ ମାଖି ହୋଇଥିବ ସତେ ଛବି ବହିଟେ

ଶରତକୁ କହିଥିଲି କାଶତଣ୍ଡି ଫୁଲ ଓଠେ

ଭରିଦେବୁ ସୁନେଲି ରଙ୍ଗ ଦିଶୁଥିବ ନବବଧୂଟେ

ହେମନ୍ତକୁ ମାଗିଥିଲି ଦେବୁ ଶିଶିର ଟୋପେ

ସାତ ରଙ୍ଗ ଭରିଦେବି ତା ସିନ୍ଥି ଚାରିପଟେ

ବସନ୍ତକୁ କହିଥିଲି ହଳଦୀ ବସନ୍ତ ଚଢ଼େଇଟେ

ସିଏ ମୋର ଭାରି ପ୍ରିୟ ମତେ ଦେବୁ ସେଥିରୁ ଗୋଟେ

ମରତ ରେ ଏତେ ରଙ୍ଗ ଥାଉ ଥାଉ ମାଗୁ କାହିଁକି ଗୋଟେ

ଆଞ୍ଜୁଳାଏ ଅଞ୍ଜଳିରେ ଫୁଲରେ ଲେଖିଦେ ଓଁ ଗୋଟେ

ସାତଋତୁ ସାତରଙ୍ଗ ସାତ ପାଖୁଡ଼ା

ଫୁଲହୋଇ ଫୁଟିବ ଚାରିପଟେ

କୋଉ ଫୁଲ ତୋଳିବୁ ଭବୁଥିବୁ ଦେଖି ଏପଟେ ସେପଟେ

ସାତ ରଙ୍ଗ ସ୍ୱର ଭରି ଆସେ ଯେବେ ଫୋନଟେ

ସବୁ ଋତୁ ଫିକା ଫିକା ଲାଗେ ବି ଏକା ଏକା,

ପରି ହଳଦୀ କାଠୁଆଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract