ଚିଠି ଲେଖୁଥିଲି ଚାନ୍ଦିନୀ ରାତିରେ
ଚିଠି ଲେଖୁଥିଲି ଚାନ୍ଦିନୀ ରାତିରେ
ଚିଠି ଲେଖୁଥିଲି ଚାନ୍ଦିନୀ ରାତିରେ
ହାଏ ଚାନ୍ଦିନୀ ରାତିରେ,
ମନ ମୋର ଥିଲା ତୁମରି ପାଖରେ
ହାଏ ତୁମରି ପାଖରେ l(0)
ତୁମକୁ ମୁଁ କେତେ ଯେ ଭଲ ପାଏ
ଝୁରି ଝୁରି ତୁମକୁ ରାତି ସରିଯାଏ l
ତୁମ ପାଇଁ ଦେବି ମୋର ଏ ଜୀବନ
ସତ କହୁଅଛି ପକାଇ ମୋ ରାଣ l
ତୁମେ ମୋର ଦେବୀ ମନ ମନ୍ଦିରରେ
ହାଏ ମନ ମନ୍ଦିରରେ,
ଚିଠି....................................... l(1)
ତୁମ ପ୍ରେମରେ ପାଗଳ ମୁଁ ଅଟଇ
ତୁମ ମନେ ବାଧା କେବେ ଦେବି ନାହିଁ l
ମୋ ଠାରୁ ନେଇଛ ମୋ ମନ ଚୋରାଇ,
ତୁମ କଥା ଭାବି ରାତି ଯାଏ ପାହି l
ଚିଠି ପଢି ଉତ୍ତର ଦେବ ଚିଠିରେ
ହାଏ ଦେବ ଚିଠିରେ l
ଚିଠି................................ (2)