ଚିତ୍ର ଚରିତ - 72 : କବିତା: ଈଶ୍ଵରଙ୍କ ମହାଦାନ
ଚିତ୍ର ଚରିତ - 72 : କବିତା: ଈଶ୍ଵରଙ୍କ ମହାଦାନ
ଘର-ଛାତକାହା ନମସ୍କାର କେହି ପାଆନ୍ତିନି ସବୁ ତ ବିଷ୍ଣୁଙ୍କୁ ପ୍ରାପ୍ତ,
ଗରମ ପାଣିରେ ଘର ପୋଡ଼େ ନାହିଁ ଟାଣହୁଏ ଘର-ଛାତ |
କାହାର ଈର୍ଷାରେ କେହି ଜଳେନାହିଁ ନିଜେ ଜଳୁଥାଏ ସେହି,
ଯେତେ ଗାଳିଦେଲେ ଭଲ ମଣିଷର କିଛିକ୍ଷତି ହୁଏନାହିଁ |
ଶୁଭ ମନାଶିଲେ ଶୁଭ ହୁଏନାହିଁ ବନ୍ଧୁ ମନେ ପଡ଼ିଯାଏ,
ଧନପାଇଁ କେହି ଧନ୍ୟବାଦ ଦେଲେ ତା'ର ମୂଲ୍ୟ କିଛି ନୁହେଁ |
ଉପକାର ପାଇଁ କୃତଘ୍ନ ହୋଇଲେ ନିଜର ହୁଅଇ କ୍ଷତି,
କୃତଜ୍ଞ ମଣିଷ ମଥା ନଇଁଦେଲେ ଫୁଲିଉଠେ ଦାତାଛାତି |
ଦିଏନାହିଁ କେହି ନିଏନାହିଁ କେହି ସବୁ ତ ଭାବର କଥା,
କିଛିଦେଇ କିଛିଆଶା ରଖିଥିଲେ ମିଳେ ମାନସିକ ବ୍ୟଥା | |
ପ୍ରକୃତି କେବଳ ଦେଉଛି ଆମକୁ ନିଏନାହିଁ କେବେ କିଛି,
ଆମ ସୁଖପାଇଁ ସବୁ ଭଲଚିଜ ରଖିଥାଏ ବାଛିବାଛି |
ପ୍ରତ୍ୟେକ ମୁହୂର୍ତ୍ତ ଆମପାଇଁ ଭଲ ଈଶ୍ୱରଙ୍କ ମହାଦାନ,
ସେ ମହାଦାନକୁ ମହତ କାର୍ଯ୍ୟରେ ଲଗାଇବା ପ୍ରତିଦିନ |
