ଚିତ୍ର ଚରିତ - 65 : ଘରଟିଏ ଗଢିବା
ଚିତ୍ର ଚରିତ - 65 : ଘରଟିଏ ଗଢିବା
ଘରଟି ଗଢିବା ମାନବିକତାର ଇଟା-ପଥର ଲଗାଇ,
ଶ୍ରଦ୍ଧାର ସିମେଣ୍ଟ ଲାଗିବ ସେଥିରେ ପ୍ରେମବାଲିକୁ ଗୋଳେଇ |
ଦୁଆର ବନ୍ଧରେ ଲାଗିବ କବାଟ ସ୍ଵାଭିମାନ କାଠପଟା,
ବିବେକ କାଚର ଝରକାଟି ଥିବ ପଶିବନି ପାପ ଛିଟା |
କାନ୍ଥରେ ଲାଗିବ ଦୟାର ପ୍ରଲେପ ସତ୍ୟହେବ ଦୃଢ ଛାତ,
ଶାନ୍ତିର କୋଠରୀ ଥିବ ତା' ଭିତରେ ନଥିବ ଦୁଃଖର ଶୀତ |
ଜ୍ଞାନଦୀପଟିଏ ଜଳୁଥିବ ପୁଣି ତ୍ୟାଗ ଆଲୋକ ଜଳାଇ,
ସେହି ଆଲୋକରେ ଅନ୍ଧ-ବିଶ୍ୱାସର ଅନ୍ଧାର ଯିବ ପଳାଇ |
ନିଷ୍ଠାରେ ସାଧନା କରୁଥିବା ବସି ଶ୍ରମକୁ ନଥିବ ଡର,
ନ୍ୟାୟ ଧର୍ମ ମୈତ୍ରୀ ତିନୋଟି ପତାକା ଉଡୁଥିବ ଫରଫର |
