STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଚିତ୍ର ଚରିତ - 63 କବିତା : ସମ୍ପର୍କ-ଦର୍ପଣ

ଚିତ୍ର ଚରିତ - 63 କବିତା : ସମ୍ପର୍କ-ଦର୍ପଣ

1 min
222

ସମ୍ପର୍କ ହେଉଛି ବଡ଼ କାଚଖଣ୍ଡ ସାବଧାନେ ଧରିଥିବ,

ଶ୍ରଦ୍ଧା ପ୍ରେମ ଆଉ ବିଶ୍ଵାସ ରଖିଲେ ସବୁଦିନ ରହିଥିବ |


ପାଇବାର ଆଶା ଥିବ ଯଦି କାଚ ସମ୍ପର୍କଟି ଫାଟିଯାଏ,

ଭଲ ପାଇବାଟା ଅମଳିନ ଥିଲେ ଚକଚକ ଦିଶୁଥାଏ |


କାଚରେ ମଇଳା ଲାଗିଯାଏ କେବେ କଲେ ତାକୁ ହତାଦର,

ସମ୍ପର୍କ କାଚରେ ମଇଳା ଲାଗିବ ଗଜାହେଲେ ସନ୍ଦେହର |


ସନ୍ଦେହର ବିଷବୃକ୍ଷ ବଢିଗଲେ ସମ୍ପର୍କଟା ଭାଙ୍ଗିଯାଏ,

ସଜ୍ଜନ ମଣିଷ ସନ୍ଦେହ ଗଜାକୁ ଜନମରୁ କାଟିଦିଏ |


ତ୍ୟାଗ ସେବା ପୁଣି ଶ୍ରଦ୍ଧା କପଡ଼ାରେ ପୋଛି ସମ୍ପର୍କ ଦର୍ପଣ,

ସଫା କରିଦେଲେ ନୂଆପରି ଥିବ, ନଥିବ ଦୁଃଖ କାରଣ |



Rate this content
Log in

Similar oriya poem from Classics