STORYMIRROR

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଚିତ୍ର ଚରିତ-13: କାହା ପାଶେ ଯିବି କାହିଁକି ? -ଡକ୍ଟର କୃତ୍ତିବାସ ନାୟକ

ଚିତ୍ର ଚରିତ-13: କାହା ପାଶେ ଯିବି କାହିଁକି ? -ଡକ୍ଟର କୃତ୍ତିବାସ ନାୟକ

1 min
174



ଆଉ, କାହାପାଶେ ଯିବି କାହିଁକି ?

ମୋର, ନାଥ ଜଗନ୍ନାଥ ନାହିଁ କି ?

ମନଜାଣି ମୋର ତା'ର ଦୁଇହାତ, ବଢେଇଛି ଦେବା ପାଇଁକି |(ଘୋଷା)


ସେଇ ଏକା ପ୍ରଭୁ ଦେଇଥାଏ ସବୁ ଶୁଣୁଥାଏ କାନ ଡେରିକି,

ବିପଦେ ଆପଦେ ଦୁଃଖବେଳେ ମୋର ନେଇଯାଏ ହାତ ଧରିକି |

ମୋର ସୁଖ ଦେଖି ହୁଏ ସିଏ ସୁଖୀ ରହିଥାଏ ସଦା ଚେଇଁକି |

ଆଉ, କାହାପାଶେ ଯିବି କାହିଁକି ?(1)


ତାକୁ ଡାକିଦେଲେ ଦୁଃଖ ମୋର ଟଳେ ଆଉ କି'ବା ଲୋଡ଼ା କୁହ ତ !

ତା' କରୁଣା ବାରି ପଡୁଥାଏ ଝରି ହସରୁ ଝରେ ଅମୃତ |

ଆଵାଟରେ ଗଲେ ବାଟ ଦେଖାଉଛି ଜଗବନ୍ଧୁ ବନ୍ଧୁ ହେଇକି |

ଆଉ, କାହାପାଶେ ଯିବି କାହିଁକି ?(2)



Rate this content
Log in

Similar oriya poem from Inspirational