ଚିତା
ଚିତା
ଆକାଶଟା ଆଜି
ନୀରବ ନିଶ୍ଚଳ
ଚାରିଦିଗ ଧୁଆଁମୟ
ପୋଡି ଯାଉଛି କି
କେଉଁ ବିରହୀର
ଆତ୍ମା ଅଥବା ହୃଦୟ।
ଟୁପଟାପ ଝରେ
ଲୁହ ଟୋପା ସବୁ
କାକରର ରୂପ ନେଇ
ଚୁପଚାପ୍ ଜଳେ
ଆତ୍ମାର ଦୀପାଳି
ଯନ୍ତ୍ରଣାରେ ଦଗ୍ଧ ହୋଇ।
ଶୂନ୍ୟ ପଥ ଧାରେ
ହଜେ ପରିଚୟ
ଅସ୍ୱଚ୍ଛ ତା' ପ୍ରତିଛବି
ଅଙ୍ଗାର ଡହରେ
ଜଳେ ତନୁ ମନ
ଅସ୍ତମିତ ପ୍ରାଣରବି।
ଆଉଟା ନିଦର
ଲେଉଟା ସ୍ବପ୍ନରେ
ପ୍ରତାରଣା ଉଠେ ହସି
ତରଳେ ହୃଦୟ
ଆତ୍ମା ହୁଏ ଲୀନ
ଶୂନ୍ୟତାରେ ଯାଏ ମିଶି।
