ଚିରାଗ ପ୍ରକାଶ
ଚିରାଗ ପ୍ରକାଶ


ହେ ଚିରାଗ ତୁମେ ଅତୀବ ସୁନ୍ଦର
ଶୁଣେ ତବ ଦୀପ୍ତି କୀର୍ତ୍ତି
ଆମୂଳଚୁଳରୁ ନିଃସ୍ଵାର୍ଥପରତା
ଉଜ୍ଜଳ ପ୍ରଭାସ ଜ୍ୟୋତି ।
ବଂଶ ଆଭିଜାତ୍ୟ ହୁଏ ପ୍ରଶଂସିତ
ଯଦି ଭାଗ୍ୟ ଦୀପ ଜଳେ
ବିନା ଅଭିମନ୍ତ୍ରେ ତୁମେ ଆଶା କଲେ
ଲିଭି ଯାଏ ତିଳେ ତିଳେ ।
ବହୁ ଶକ୍ତିଶାଳୀ ରୂପ ଯେ ତୁମର
ସତ୍ୟ ପଥେ ନିତ୍ୟ ରତ
ଅଧର୍ମୀ କୁକର୍ମୀ ସ୍ପର୍ଶ ପାଏ ନାହିଁ
ମନ ତାର ସଦା ହତ ।
କଳ ବଳେ କେହୁ କଲେ ଅକ୍ତିଆର
ଅନେକ ଯାତନା ଲଭେ
ପ୍ରାୟଶ୍ଚିତ କରେ ଦଗ୍ଧୀଭୂତ ହୋଇ
ଅନ୍ତେ ଅବିରତ ଭାବେ ।
ଶ୍ରଦ୍ଧାରେ ପୂଜିଲେ ତୁମ ପ୍ରକାଶକୁ
ଐଶ୍ଵର୍ଯ୍ୟ ସଂପତ୍ତି ଭୋଗେ
ତୁମ ପ୍ରଭାବକୁ ଅବରୋଧ କଲେ
ବିନାଶ ନିଶ୍ଚୟ ସଙ୍ଗେ ।
ମହା ଦୀପ ରୂପେ ପ୍ରଜ୍ଜ୍ୱଳିତ ହୋଇ
ଜଗ କର ଆଲୋକିତ
ସଂସାର କଲ୍ୟାଣ କର ହେ ଚିରାଗ
ତୁମ ପାଦେ ସମର୍ପିତ ।