STORYMIRROR

KRUTIBAS NAYAK

Classics Inspirational

2  

KRUTIBAS NAYAK

Classics Inspirational

ଚିନ୍ତା ଚେତନା

ଚିନ୍ତା ଚେତନା

1 min
90


ଭଲ ମଣିଷର ମିଠା କଥା ପଦେ ରହିଯାଏ ସ୍ମୃତିହୋଇ,

ପ୍ରିୟ ମଣିଷଟି ସପନରେ ଆସେ ମିଠାକଥା ଦିଏକହି |


ବିଶ୍ୱସ୍ତ ଲୋକଟି ହୃଦୟରେ ବସି ଆସନ ଜମେଇ ଦିଏ,

ସ୍ୱାର୍ଥପର ଲୋଭୀ ଖରାପ ଲୋକଟି ଛାତିକୁ ଥରାଉ ଥାଏ |


ପ୍ରାଣୀ ପ୍ରାଣ ଛାଡ଼େ ପ୍ରତିଦିନ ପୁଣି କିଏ କେଉଁ ମୃତ୍ୟୁନେଇ,

କିଏ ଆତ୍ମା ଛାଡ଼ି ମୃତ୍ୟୁକୁ ଆଦରେ ଘରୁ ଅପମାନ ପାଇ |


ଆଉ କିଏ ମରେ ମାନସିକ ସ୍ତରେ ବାରବାର ହାରି ହାରି,

ସଭିଏଁ ଯାଆନ୍ତି ମର ସଂସାରରୁ ଅତୀତକୁ ଝୁରି ଝୁରି |


ଚିନ୍ତା ଚେତନାରେ ଆସୁଛି ଆମର ଭଲ-ମନ୍ଦ ଭାବ ଯାହା,

ଚିନ୍ତା ଅନୁସାରେ ଆମ ଭବିଷ୍ୟତ-ଭାଗ୍ୟରେ ଫଳିବ ତାହା |



Rate this content
Log in

Similar oriya poem from Classics