STORYMIRROR

Basanti Pattnaik

Classics

3  

Basanti Pattnaik

Classics

"ଚିଲିକା"

"ଚିଲିକା"

1 min
163

ଚିଲିକାର ଚାରୁ ଚିତ୍ରପଟ, ଯେତେ ମୁଁ ଦେଖୁଥାଇ

ଆଖି ଯାଏ ଲାଖି ମୋର ମନ ମୋର ହଟେ ନାହି

କାଚ ପରି ତାର ଦେହର ଝର କଳକଳ ବହୁଥାଇ

ତରଙ୍ଗ ଢେଉ ନାଚୁଥାଇ ତା ଥେଇ ତା ଥେଇ

ଭେ‌ଳିକି ଭେଳି ରଙ୍ଗର ବିହଙ୍ଗ ମେଳା ଲାଗ‌ଇ

ଡଲ୍ ଫିନ୍ ଲୁଚକାଳି ଏଠିତ ଖେଳ‌ଇ

ଅପୂର୍ବ ଜ୍ୟୋତି ଭରା ଚିଲିକା ର ଢେଉ ମାଳା

କାଚ କେନ୍ଦୁ ଝଟକୁ ଥାଏ ଦାଉ ଦାଉ ହୋଇ ପରା

ଅପୂର୍ବା ଶୋଭା ରାଶି ଭରା ଚିଲିକା ଆମର

ସ୍ବର୍ଣ୍ଣାଭ କାନ୍ତି ତାର ନାହିଁ ତା'ର ପଟାନ୍ତର

ଚିଲିକାର ଭ‌ଉଣୀ ସାତପଡ଼ା ଅଟେ ପରା

ଚକ୍ ଚକ୍ ଝଟୁଥାଏ ତାର କାନ୍ତି ପରା

ଚିଲିକା ର ଘେରିଥାଏ ଲବଣ ଘେରି ପରା

ଲୁଣ କୁ ମରାଯାଏ କେତେ ଋପ ତାର ପରା

ଚିଲିକା ହ୍ରଦ ରେ ଭରା ଅସୀମ ମାଦକତା

ଯେତେ ଦେଖୁଥାଇ ପେଟ ପୂରେ ନାହିଁ ପରା

ସୁନ୍ଦର ତୃପ୍ତି ର ଅବସାଦ ନାହିଁ

ଚିଲିକା କୁ ଦେଖୁଥାଇ ଆଖି ହଟେ ନାହିଁ

ଓଡ଼ିଶାର ଚିଲିକା ଆମର ଗୈାରବ

ଅନନ୍ୟ ଶୋଭା କାନ୍ତି ଏହାର ବିଭବ

ଦେଶ ବିଦେଶ ର ପକ୍ଷୀ ଙ୍କ ଅଜବ ଲିଳା

ବିଚିତ୍ର ରସରେ ଖେଳୁଥାଏ ଚିଲିକା ଧରା

ମଝିରେ ମନ୍ଦିର କାଳିଜାଇ ନାମ ପରା

ଅନିନ୍ଦ୍ୟ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଋପବତୀ ଆମରି ଚିଲିକା

ଦର୍ଶନୀୟ ସ୍ଥାନରେ ଚିଲିକା ପ୍ରସିଦ୍ଧ

ଥରେ ଆସି ଦେଖି ଯାଅ ଏହାର ଦୃଶ୍ୟତ ।

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics