ଚୀର ଅମର ତୁମେ
ଚୀର ଅମର ତୁମେ
କେତେ ତପ ବଳେ
କେତେ ପୁଣ୍ୟ ଫଳେ
ମୋ ଭାରତ ମାତା
ପାଇଲା ତୁମକୁ କୋଳେ
ଶୈଶବ ରୁ କୈଶୋର
ପୁଣି ଯୁବକ ରୁ ପ୍ରୌଢ଼ ପର୍ଯ୍ୟନ୍ତ
ପ୍ରତିଟି ସୋପାନ ରେ ତବ ଜୀବନରୁ
ମିଳିଥାଏ ଅନେକ ସଂସ୍କାର।
ପିତା କରମ୍ ଚାନ୍ଦ
ମାତା ପୂତୁଲି ବାଈ
କି ସଂସ୍କାର ଦେଲେ
ଯାହା ଫଳର ସ୍ୱରୂପ
ତୁମେ ହେଲ ଜାତିର ଜନକ
ପୁଣି ଜାତି କର୍ଣ୍ଣଧାର।
ସତ ଛଡା ମିଥ୍ୟା କୁ
ଆପଣା ର କରି ପାରିଲ ନାହିଁ
ବୋଲାଇଲ ଅହିଂସା ପୂଜାରୀ
ପରାଧୀନ ଏଇ ସୁପ୍ତ ଜାତି ଟାକୁ
ଜାଗ୍ରତ କରାଇଲ
କାନେ କାନେ ସ୍ଵରାଜ୍ୟ ର
ମନ୍ତ୍ର ଶୁଣାଇଲ।
ଜାଗିଲା ଜାତି,ଚେତିଲେ ଲୋକ
ଦେଶ ର ଚାରିଆଡ଼େ ଆନ୍ଦୋଳନ
ଖାଲି ଆନ୍ଦୋଳନ
ଦାଣ୍ଡି ଯାତ୍ରା ହେଉ,ହେଉ ଚଂପାରଣ
ନୀଳ ଚାଷୀ ଆନ୍ଦୋଳନ
ହେଉ ଭାରତ ଛଡ଼ା,ଅସହଯୋଗ
ସ୍ୱଦେଶୀ ଗ୍ରହଣ ଅବା ବିଦେଶୀ ବର୍ଜନ
କି କିମିଆ କରିଥିଲ ସତେ!!!
ମୋହିନେଲ ଉଚ୍ଚ , ନୀଚ
ଧନୀ ଦରିଦ୍ର ଙ୍କ ମନ।
କେତେ ଧର୍ମଘଟ
ପୁଣି ଜେଲ୍ ରେ ଅନଶନ
ବିଦେଶୀ ଜାତିଟା ଭାରି ନଷ୍ଠୁ ର
ବନ୍ଧୁକ ଗୁଳି ରେ ଅବା ବେତ ପ୍ରହାର ରେ
ପୁଣି କଳାପାଣି ର ତାଡନା ରେ
ଗଲା କେତେ ଯେ ଜୀବନ।
ହେ ମହାତ୍ମା,,,,,,,
ଶେଷ ରେ ତୁମରି ଅହିଂସା ଅସ୍ତ୍ର
ପାଖରେ ହେଲା ମଥାନତ
ଚାଲିଗଲା ରାତାରାତି ନିଜ ଦେଶେ
ତେର ନଈ ସାତ ଦରିଆ ପାରି ହୋଇ
ନିଜ ର ଭିଟାମାଟି କୁ।
ତୁମ୍ଭ ଯୋଗୁଁ ହୋଇଲୁ ସ୍ଵାଧୀନ
ଅକ୍ଟୋବର ଦୁଇ ତାରିଖ
ତୁମ ଜନ୍ମଦିନ
ମନେ ପକାଇ ଦିଏ
ପୁଣି ତୁମ ବଳିଦାନ।
ଚୀର ଅମର ତୁମେ
ଚୀର ଅମର ତୁମ ଗାଥା
କୃତଘନ ନୋହୁଁ ଆମ୍ଭେ
କୃତଜ୍ଞ ରହି ଲୋଟା ଉଛୁ
ତୁମ୍ଭ ପଦେ ମଥା।
ଥିବେ ଯେତେଦିନ ଗଗନ ରେ
ରବି ଶଶୀ ତାରା
ତୁମ ନାମ ତୁମ ଯଶ ଗାଉଥିବ
ସସା ଗରା ଧରା
ଆଉ ଏ ଜାତି ସ୍ମରୁଥିବ
ଆଉ କହୁଥିବ,,,,
ହେ ବାପୁ ଚୀର ଅମର ତୁମେ,,,,
ଚୀର ଅମର ତୁମେ ।।