STORYMIRROR

subrat kumar jena

Inspirational

2  

subrat kumar jena

Inspirational

ଛୋଟ ମୋର ଆଶା

ଛୋଟ ମୋର ଆଶା

1 min
1.0K




ମୁଁ ଜାଣେ ,

ନାଁ ମୁଁ କାଳିଦାସ ,ନାଁ ମୁଁ ସେକ୍ସପୀୟର

ନାଁ ମୁଁ ହୋଇ ପାରିବି ଭାରତର ବୁଲବୁଲ

ନାଁ ମୁଁ ରଚି ପାରିବି ମହା କାବ୍ୟ ଆଦି କବିଙ୍କ ପରି

ତଥାପି ମୁଁ ହଜି ହାଏ ମୋ ଖୟାଲ୍ ଭିତରେ

ସୁମଧୁର ରାଗିଣୀ ରେ ନାଚି ବସନ୍ତି ମୋ ଭାବ

ଅଜବ ଏ ଦୁନିଆ ର କୋଳାହଳ ଭିତରେ

ଚିନ୍ତା ଆଉ ଚେତନା ମୋ ପଚରାଇ ବାରମ୍ବାର ମୋତେ

ସେଇ ଗୋଟିଏ ପ୍ରଶ୍ନ

ଏତେ ସବୁ କଣ ଲାଗି?

ଆସିଛନ୍ତି ଯଦି ଜିବାତ ନିଶ୍ଚିତ...

ତା ହେଲେ ଏତେ ତୋର ମୋର,ଘୃଣା ଭାବ କଣ୍ ଲାଗି?

ଜାଣେନା କାହିଁକି କେଜାଣି

ଉସୃଙ୍ଖୁଳିିତ ହୋଇ ଉଠନ୍ତି ମଣିଷର ଇନ୍ଦ୍ରିୟ

ଘଟାଇ ଦିଅନ୍ତି କେତେ ଅମାନବୀୟ କାଣ୍ଡ

ହା ହା କାର ଖେଳି ଜାଏ ପୃଥିବୀ ପୃଷ୍ଠରେ

କଣ ଲାଗି ଗ୍ରାସ କରେ ଆସୁରିକ ଭାବନା ମଣିଷ ଭିତରେ

ଏ ସବୁକୁ କଣ୍ ହେବନି ଦୂରେଇ

ସମସ୍ତେ କଣ୍ ପାରିବେନି ରହି ଏକ ହୋଇ

ବିନା ହିଂସା ବିନା ରକ୍ତ ପାତରେ

ଶାନ୍ତିର ଭାବନା ନେଇ

ମୁଁ ଗର୍ବିତ ମୋ ଲେଖନୀ ମାଧ୍ୟମରେ କରିବାକୁ ପ୍ରକାଶ

ସବୁରି ଦୁଃଖକୁ ଛୋଟିଆ ଭାବରେ

ନ ହେଲି ନାହିଁ ଗଣା ପ୍ରତିଷ୍ଟିତଙ୍କ ଭିତରେ

କରିବିନି ଅବଶୋଶ ...

ଯଦି ମୁଁ ଲାଗି ପାରିଲି କାହାରି ସେବାରେ....

ସହଭାଗିତା ହୋଇ ପାରିଲେ କାହାରି ଦୁଃଖରେ

ସୁବ୍ରତ ଜେନା

ଯାଜପୁର ,ସୁରଡିହ

9776208930


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational