STORYMIRROR

Gangotri Priyadarshini

Abstract Inspirational

3  

Gangotri Priyadarshini

Abstract Inspirational

ଛୋଟ ଏକ ସ୍ଵପ୍ନ

ଛୋଟ ଏକ ସ୍ଵପ୍ନ

1 min
201

ଆଖିରେ ଛୋଟ ଏକ ସ୍ଵପ୍ନ

ଭାରି ଅବୁଝା,ଇଚ୍ଛା ତାର ଉଡିଯିବ ସେ

ପର ଲଗେଇ ଖୁବ୍ ଉପରକୁ

ସୂର୍ଯ୍ୟ ଭଳି ଚିକମିକ ଦିଶିବ

ରାତିରେ ଜହ୍ନ ତାରା ମେଳିରେ ଖୁବ୍ ଖେଳିବ ହସିବ

ଜହ୍ନ ଜ୍ୟୋତ୍ସ୍ନା ରେ ଭିଜି ଭିଜି 

ପରୀ ରାଇଜ ଆଡେ ଟିକେ ବୁଲି ଆସିବ


ଆଖିରେ ଛୋଟ ଏକ ସ୍ଵପ୍ନ

ଇଚ୍ଛା ତାର ମନ ଭରି ଜୀବନ ବଞ୍ଚିବ

ହସ କାନ୍ଦ ସୁଖ ଦୁଃଖ ର ଓହଳରେ

ନିତି ଝୁଲି ଖେଳୁଥିବ

ପର ଆପଣାର ଭେଦ ଭାବ ଭୁଲି ଆତ୍ମୀୟତା ବାଣ୍ଟି ଚାଲିଥିବ


ଆଖିରେ ଛୋଟ ଏକ ସ୍ଵପ୍ନ

ଫୁଲ ଠୁ ନରମ , କାକର ଠୋପାରେ

ତମାମ ଶାନ୍ତି ସାଉଁଟିବ

ପ୍ରକୃତିର ପ୍ରତି ଅମୂଲ୍ୟ ପ୍ରତିକୃତିକୁ

ମନ ଭରି ଅନୁଭବ କରିବି


ଆଖିରେ ଛୋଟ ଏକ ସ୍ଵପ୍ନ

କେଡେ ଛୋଟ ଏ ଜୀବନ

ସବୁ କିଛି ଅନିଶ୍ଚିତତା ଭିତରେ

ଭରପୁର୍ ପ୍ରତି ମୁହୁର୍ତ୍ତ କୁ ମହାର୍ଘ କରିଦେବ

ଏଇତ ଜୀବନ

ବର୍ତମାନ ଟା ହିଁ ଖୁବ ମୂଲ୍ୟବାନ

ସବୁ ଭୁଲି ହସର ଧାରେ ଭେଟି ଦେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract