STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ଛୋଟ ଏଇ ପୃଥିବୀ

ଛୋଟ ଏଇ ପୃଥିବୀ

1 min
12.1K

ଛୋଟ ଏଇ ପୃଥିବୀ 

ଯାହାକୁ ମୁଁ ଜାଣଇ 

ବଡ ଏହାର ଆଶା 

ବୃହତ ପରିଭାଷା 


ଛୋଟ ଏଇ ପୃଥିବୀ  


    କୁନିକୁନି ପାଦରେ 

    ଯେତେ ଜାଗା ବୁଲୁଚି 

    ସବୁଥିରେ ସେନେହର 

    କୃପା ବାରି ଝରୁଛି 


ଛୋଟ ଏଇ ପୃଥିବୀ  


ଫୁଲଫଳ ଗଛଲତା 

କହୁଥାନ୍ତି କେତେକଥା 

କେବେ ଅବା ପ୍ରାଣୀଙ୍କର 

କଳି ରାବ ଶୁଣୁଛି 


ଛୋଟ ଏଇ ପୃଥିବୀ  


    ଛଳଛଳ ବହେ ନଈ 

    ସାଗରେ ମିଶଇ ଯାଇ 

    ସାଗରର ଗମ୍ଭୀରତା 

    ମନ ମୋର ମୋହିଛି   


ଛୋଟ ଏଇ ପୃଥିବୀ  


ସୁଖ,ଶାନ୍ତି,ମୈତ୍ରୀ ଭାବ 

କେବେ ଭାବ ବା ଅଭାବ 

ପଣତେ ଆପଣା କରି 

ମା ଭଳି ଧରିଛି 


ଛୋଟ ଏଇ ପୃଥିବୀ


   ଛୋଟ ଛୋଟ ଶିଶୁ ହୋଇ 

   ଖେଳ କୁଦ ଗୀତ ଗାଇ 

   ବଞ୍ଚିବାର ନବ ଆଶା 

   ଯାହା ବକ୍ଷୁ ଅବିରତ ଝରୁଛି


ଛୋଟ ଏଇ ପୃଥିବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract