STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଛୋଟ ଢୁମ୍ପା

ଛୋଟ ଢୁମ୍ପା

1 min
315

(6)

ଛୋଟ ଢୁମ୍ପା

କବି ସୂର୍ଯ୍ୟ ବଳଦେବ ରଥ


ତୋ ଚାରୁ ଚାହାଣି ଚାହିଁ,

ମରି ତୁ ଆବୁର ସାରିପକା ପଛେ,

ମୋ ନିଆଳୀ ମୋ ଦେହ ତ ସହୁ ନାହିଁ (1)


ଦିଅ ଯେତେ ଇଚ୍ଛା ଦଣ୍ଡ,

ଝୁମି କାମ ସଙ୍ଗେ ଝୁଣି ଦେବି ସିନା,

ମୋ ନିଆଳୀ, ଝଳି ଝଲମଲ ଗଣ୍ଡ (2)


ହେବୁଟି କି ଶିରଗଭା,

କାଳ ସହୁନାହିଁ ବାଳ ମୃଗଦୃଶା,

ମୋ ନିଆଳୀ, ନୂଆ ବିକଶିତ ଶୋଭା (3)


ତୋହପରି ତୁହି ସିନା,

ବିଜେକଲା ପୁରେ ପୁରି ରହୁଥାଏ

ମୋ ନିଆଳୀ,ବନଜ ବନ  ବାସନା (4)


ଅଛି ଯେବେ ଅନୁକମ୍ପା,

କାତି ଝିଙ୍କି ପଛେ ଛାତିରେ ପ୍ରହାର,

ମୋ ନିଆଳୀ, ହୀରା ବୁଲାକି ନକମ୍ପା (5)


ପାସୋର ବାସର ଲାଜ,

ପଛକୁ ପକାଇ ନଦେଲେ ନଚଳେ,

ମୋ ନିଆଳୀ,

ବିଧି ନିଷେଧ କୁ ଆଜ (6)


ତୋ କୁଚ ତ କରକଶ,

ସବୁ ଗୁମାନ ଆଉ କେତେବେଳକୁ,

ମୋ ନିଆଳୀ,

ଥରେ ମୋହ କରେ କଷ (7)


ଚୁମ୍ବନେ କଲେ ଶରଧା,

ଚରଣ ଠାରୁ କବରୀ ଯାଏ ତୋର,

ମୋ ନିଆଳୀ,

କାହିଁ ପୁରି ନାହିଁ ସୁଧା (8)


ଚତୁରଦଶ ଭୁବନେ,

ରସବତୀ ଚକ୍ର ଚୁଡାମଣି ବୋଲି,

ମୋ ନିଆଳୀ,

ତୋ ବିନା ଆନେ ନମାନେ (9)


କାହିଁକି ଚାଲୁ ତୁ ତଳେ,

ଘାଣ୍ଟି ହେଉଅଛି କଣ୍ଠିର ମଧ୍ୟା,

ମୋ ନିଆଳୀ,

ମୋ ମନ ଯାକ ବିକଳେ (10)


ଆନ ନାହିଁ ତୋହ ବିନା,

ଅଷ୍ଟଦୁର୍ଗଧରାବର ଆରେ ଧୀରା,

ମୋ ମନ ନିଆଳୀ,

ତୋହର ଅଧୀନ ସିନା (11)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics