STORYMIRROR

PUSPALATA SAHOO

Abstract

3  

PUSPALATA SAHOO

Abstract

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
209

ସାତ ସୁରେ ପରା ଜୀବନଟା ବନ୍ଧା 

ସାରେ ଗାମା ପାଧା ନିସା 

ସଂଗୀତ ମୂର୍ଚ୍ଛନା ତୋଳି ଦିଏ ମନେ 

ଅସରନ୍ତି ମଧୁ ଆଶା  ।।

ସଂଗୀତ ର ସୁର ଅଟେ ସୁମଧୁର 

ଭରିଯାଏ ମନେ ପ୍ରୀତି 

ସପନ ଫାଙ୍କରେ ଦିଶେ ପ୍ରିୟା ମୁହଁ 

ଚୋରା ଚଇତିର ଗୀତି ।।

ଛନ୍ଦଟା ନ ଥିଲେ ଜୀବନ ଆମର 

ମରୁଭୂମି ତୁଲ ସମ

ବିନା ଛନ୍ଦରେ କି ଗାଇକି ପାରିବା

ଜୀବନ ସଂଗୀତ ଆମ ।।

ମରୁବାଲି ହେବ କଣ୍ଟା ଫୁଟି ଯିବ 

ପାଦ ଚାଲିବନି ଆଉ 

ସଂଗୀତ ଜୀବନେ ଭରି ବନି କେବେ 

ସୁଖ ଝରଣାର ଦାଉ ।।

ସୁଖରେ ଦୁଃଖରେ ବଂଚିବା ସହିତ 

ଲୋଡ଼ା ଜୀବନ ସଂଗୀତ 

ହସଖୁସି ଦେବ ସରଗର ସୁଖ 

ତା ସାଥେ ଆମେ ଜଡିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract