STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଛନ୍ଦା ଚରଣ

ଛନ୍ଦା ଚରଣ

1 min
249


ଆହେଛନ୍ଦା ଚରଣ ଭକତ ପ୍ରାଣ ଘେନ ହେ ମୋର ପ୍ରଣତି

 ବଡ ଦେଉଳରେ ଶ୍ରୀପୟରେ ରହିଥାଉ ମୋର ଭକତି

ଆଖି ଦେଖୁଥଉ ତୁମରି ରୁପକୁ

 ତୁଣ୍ଡ କରୁ ସଦା ତୁମ ଗୁଣଗାନକୁ

ତୁମରି ନାମରେ ହଜିଯାଉଥିବି

ତୁମରି ଧାମରେ ମୁଁ ବାସ କରିଥିବି

ଜନମେ ଜନମେ ତୁମର ହେବାକୁ 

ଦିଅ ଏହି ଶକତି...

ତୁମରି କରୁଣା ମତେ ମିଳୁଥାଉ

ପରମାତ୍ମା ସାଥେ ଆତ୍ମା ମିଶିଯାଉ

  ଭାବର ଚନ୍ଦନ କୁ ଲଗାଉଥିବି

ମନର ସବୁ ପାପ ଧୋଇ ମୁଁ ଦେବି

ତୁମ ଛଡା ମତେ କିଏ ବା କରିବ ଏ ଭବରୁ ମୁକତି

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational