ଛନ୍ଦା ଚରଣ
ଛନ୍ଦା ଚରଣ
ଆହେଛନ୍ଦା ଚରଣ ଭକତ ପ୍ରାଣ ଘେନ ହେ ମୋର ପ୍ରଣତି
ବଡ ଦେଉଳରେ ଶ୍ରୀପୟରେ ରହିଥାଉ ମୋର ଭକତି
ଆଖି ଦେଖୁଥଉ ତୁମରି ରୁପକୁ
ତୁଣ୍ଡ କରୁ ସଦା ତୁମ ଗୁଣଗାନକୁ
ତୁମରି ନାମରେ ହଜିଯାଉଥିବି
ତୁମରି ଧାମରେ ମୁଁ ବାସ କରିଥିବି
ଜନମେ ଜନମେ ତୁମର ହେବାକୁ
ଦିଅ ଏହି ଶକତି...
ତୁମରି କରୁଣା ମତେ ମିଳୁଥାଉ
ପରମାତ୍ମା ସାଥେ ଆତ୍ମା ମିଶିଯାଉ
ଭାବର ଚନ୍ଦନ କୁ ଲଗାଉଥିବି
ମନର ସବୁ ପାପ ଧୋଇ ମୁଁ ଦେବି
ତୁମ ଛଡା ମତେ କିଏ ବା କରିବ ଏ ଭବରୁ ମୁକତି
