ଛମ୍ ଛମ୍ ବର୍ଷା
ଛମ୍ ଛମ୍ ବର୍ଷା
ପ୍ରୀତି ସ୍ପର୍ଶ ଭକ୍ତି ପ୍ରେମ ଓ ଶରଧା ରହିଛି ଭକ୍ତି ଶିବର
ଶିବ ଶିବ ରାବ ଗୁଞ୍ଜୁଛି ଭକ୍ତର
ସଙ୍ଗକୁ ଶ୍ରାବଣ ଧାର ।
ଭାଇକାଉଁରିଆ ଚାଲେ ଧୀରେଧୀରେ ମୁଖରେ ତା ବମବମ
ନମଃ ଶିବାୟର ରାବ ଗୁଞ୍ଜୁ ଥାଏ
ଅଛି ତାର ଶ୍ରାଦ୍ଧ ପ୍ରେମ ।
ପ୍ରେମୀ ସେହୁ ପରା ମହାଦେବଙ୍କର ଯାଉ ଥାଏ ଚାଲି ଚାଲି
କରୁଣା କରିବେ ଅକର୍ମା ଦାନୀ ଯେ
ଚାଲେ ହରେ ହରେ ବୋଲି ।
ଭକ୍ତିରସ ଭରା ଏ ଶ୍ରାବଣ ମାସ ମୃତ୍ୟୁଞ୍ଜୟ ଭକ୍ତି ରସ
ମହାକାଳ ନାମ ଗୁଞ୍ଜେ ମୃତ୍ୟୁ ଧାମେ
ଶଶିଭୂଷଣଙ୍କ ମାସ ।
ନାମ ଆଦିଦେବ ଜଗତେ ବିଖ୍ୟାତ ଜଟାଧାରୀ ନାଗନାଥ
ନାଥ ମହାରୁଦ୍ର ଜଗତ ପ୍ରଖ୍ୟାତ
ତ୍ରିଲୋଚନ ଭୂତନାଥ ।
ହୁଏ ଅସମ୍ଭବ ସମ୍ଭବ ଭକ୍ତିରେ ଉମାପତି ଆରାଧନା
ଭାଇ କାଉଁରିଆ କାଉଁରି କାନ୍ଧରେ
ରଖିଛି ଭକ୍ତି ଭାବନା ।
ଶିବଙ୍କ ମହିମା ଦେବେ ଅଗଚର ମନ୍ଦିର ଯାଇଛି ସାଜି
ଭକ୍ତ କାଉଁରିଆ ଢାଳି ଦେବେ ଜଳ
ଶିବଙ୍କ ଲିଂଗରେ ଆଜି ।
କେତେକେତେ ପୁଣ୍ୟ ଅର୍ଜନକରିବ ପାପତାରହେବଶୁନ୍ୟ
ପ୍ରେମ ଶ୍ରଦ୍ଧା ପ୍ରୀତି ହୃଦୟେ ଗୁଞ୍ଜିବ
ହେବ ଅହଂକାର ନିମ୍ନ ।
ସର୍ବଶକ୍ତିବାନ ଅକର୍ମା ଦାନୀ ହେ କର ଜଗତ ମଙ୍ଗଳ
ଉନ୍ନତି ପ୍ରଗତି ହେଉ ଏ ଭାରତ
ନିବେଦନ ହେ କେବଳ ।
ଜୀବ ଜନ୍ତୁ ପ୍ରାଣୀ ରୁହନ୍ତୁ ଆନନ୍ଦେ ଗୁହାରି କରୁଛି ମୁହିଁ
ଚିନ୍ତା ହୃଦୟରୁ ଦୂର କର ନାଥ
ରହି ଥିବି ତୋତେ ଚାହିଁ ।
