STORYMIRROR

jagamohan pradhan

Tragedy Crime Others

3  

jagamohan pradhan

Tragedy Crime Others

ଛଳନା

ଛଳନା

1 min
211


ଯିବି ନାହିଁ କେବେ ପ୍ରେମର ଦୁନିଆ

  ସେ ଦୁନିଆରେ ଛଳନା ଥିବ

ପ୍ରେମର ମୁଖା ପିନ୍ଧି ଛଳନା ନିତି

  ଏ ହୃଦୟ ସହିତ ଖେଳିବ ।

  ସେ ସ୍ଵାର୍ଥର ସମ୍ପର୍କ ଯୋଡ଼ିବ।।


ପ୍ରେମ ପ୍ରେମ କହି ହୃଦୟେ ବସିବ

  ନିତି ନୂଆ ସ୍ବପ୍ନ ଦେଖେଇବ

ଛଳନାର ଚକ୍ରବ୍ୟୁହ ସେ ରଚିବ

 ସେ ଚକ୍ରେ ଏ ହୃଦୟ ଫସିବ।

 ପ୍ରେମ ମୁଖା ପିନ୍ଧି ସେ ହସିବ।।


ସମୟ ଆସିଲେ ସେ ମୁଖା ଖୋଲିବ 

  ତା ଛଳନା ନିଆଁରେ ଜାଳିବ

ସେ ନିଆଁରେ ମୋ ହୃଦୟ ଜଳୁ ଥିବ

  ଲହୁ ଧାର ଧାର ବୋହୁଥିବ।

  ଲହୁ ଧାରେ ପ୍ରେମ ଭାସୁଥିବ।।


ସେ ମୋ ହୃଦୟକୁ ଦେଖି ହସୁ ଥିବ

  ପ୍ରେମ ମୁଖା ପିନ୍ଧି ବସିଥିବ

ଯିବି ନାହିଁ କେବେ ପ୍ରେମର ଦୁନିଆ

  ସେ ଦୁନିଆରେ ଛଳନା ଥିବ।

  ପ୍ରେମ ମୁଖା ପିନ୍ଧି ବସିଥିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy